ମନ୍ତ୍ରୀ ହେବେ ବିକ୍ରମ ଆରୁଖ, ଶାରଦା ନାୟକ ଏବଂ ସୁଦାମ ମାରାଣ୍ଡି
ଭୁବନେଶ୍ବର: ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍ ସମୟ ଥିବା ବେଳେ ମନ୍ତ୍ରୀ ମଣ୍ଡଳର ଛୋଟିଆ ଅଦଳବଦଳ କରିଛନ୍ତି ନବୀନ ପଟ୍ଟନାୟକ। ନୂତନ ମନ୍ତ୍ରୀମଣ୍ଡଳ ଶପଥପାଠର କିଛି ଘଣ୍ଟା ପୂର୍ବରୁ ତିନିଜଣ ନେତାଙ୍କ ନାମରେ ମୋହର ବାଜିଛି ମନ୍ତ୍ରୀ ହେବା ପାଇଁ। ଲିଷ୍ଟରେ ଅଛନ୍ତି ବିକ୍ରମ ଆରୁଖ, ଶାରଦା ନାୟକ ଏବଂ ସୁଦାମ ମାରାଣ୍ଡି।

ମଇ ୧୨ ତାରିଖରେ ଅପ୍ରତ୍ୟାଶିତ ଭାବରେ ବାଚସ୍ପତି ଥିବା ବିକ୍ରମ କେଶରୀ ଆରୁଖ ପଦବୀରୁ ଇସ୍ତଫା ଦେବା ଘଟଣା ହଠାତ୍ ରାଜନୈତିକ ପାଣିପାଗକୁ ଉଷ୍ମ କରିଥିଲା। ବିକ୍ରମଙ୍କ ପଛେ ପଛେ ଇସ୍ତଫା ଦେଇଥିଲେ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ। ବିବାଦରେ ଥିବା ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା ଯୁକ୍ତିଯୁକ୍ତ ଲାଗୁଥିବା ବେଳେ ବିକ୍ରମଙ୍କ ଇସ୍ତଫା ଅଧିକ ଜଟୀଳ ମନେ ହେଉଥିଲା।
ନୂଆ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନିତ ହେବ ସେନେଇ ସଂଶୟ ଲାଗି ରହିଥିବା ବେଳେ ଆଜି ସାମାନ୍ଯ ପରଦା ହଟିଛି। ତେବେ ନୂତନ ବାଚସ୍ପତି କିଏ ହେବ ତାହା ପରେ ସସ୍ପେନ୍ସ ହଟିବ।












Click it and Unblock the Notifications