ମୋ ବସ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଆସିଲା ବଡ ଖବର ରାଜଧାନୀରେ ମୋ ବସ ଦୁର୍ଘଟଣା ଗସ୍ତ । ରାଜଧାନୀର ଶିଖରଚଣ୍ଡୀ ବିହାରରେ 'ମୋ ବସ୍' ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

'ମୋ ବସ୍' ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ 'ମୋ ବସ୍'କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍ଫୋସିଟି ପୋଲିସ ପହଞ୍ଚିଛି । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି । ତେବେ 'ମୋ ବସ୍'ର କାଚକୁ ଲୋକମାନେ ଭାଙ୍ଗି ଦେଇଛନ୍ତି । ଉତ୍ତେଜନା କାରଣରୁ ନନ୍ଦନକାନନରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ଜାମ୍ ରହିଛି ।












Click it and Unblock the Notifications