Get Updates
Get notified of breaking news, exclusive insights, and must-see stories!

ରାତି ୧୨ ପରେ ଆପେ ଆପେ ଗଡୁଛି ଗାଡି଼, ଚିତ୍ରକୋଣ୍ଡାରୁ ଆସିଲା ଆଶ୍ଚର୍ଯ୍ୟକର ଘଟଣା

ରାତି ୧୨ ପରେ ଆପେ ଆପେ ଗଡୁଛି ଗାଡି଼ । ପାର୍କିଂରେ ରଖା ଯାଇଥିବା ବାଇକଟି ହଠାତ୍ ଗଡିବାକୁ ଲାଗିଲା । ଚିତ୍ରକୋଣ୍ଡା ଅଞ୍ଚଳରୁ ଆସିଛି ଏହି ଆଶ୍ଚର୍ଯ୍ୟକର ଘଟଣା ।

Malkangiri

ଚିତ୍ରକୋଣ୍ଡା: ରାତି ୧୨ ପରେ ଆପେ ଆପେ ଗଡୁଛି ଗାଡି଼ । ପାର୍କିଂରେ ରଖା ଯାଇଥିବା ବାଇକଟି ହଠାତ୍ ଗଡିବାକୁ ଲାଗିଲା । ଚିତ୍ରକୋଣ୍ଡା ଅଞ୍ଚଳରୁ ଆସିଛି ଏହି ଆଶ୍ଚର୍ଯ୍ୟକର ଘଟଣା । ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି ।

ମିଳିଥିବା ସୂଚନାନୁସାରେ, ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୋକାନ କରନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ । ଗତ କିଛି ଦିନ ହେବ ଘର ମରାମତି କରୁଥିବାରୁ ନିଜ ମୋଟର ସାଇକେଲକୁ ୩ ତାରିଖ ରାତି ୮ଟା ସମୟରେ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇଜେସ ନାମକ ଏକ ଦୋକାନ ସମ୍ମୁଖରେ ହ୍ୟାଣ୍ଡେଲ ଲକ୍‌ କରି ପାର୍କିଂ କରିଥିଲେ । ୪ ତାରିଖ ସକାଳୁ ଉଠି ଦେଖନ୍ତି ତ ମୋଟରସାଇକେଲଟି କିଛି ଦୂରରେ ପଡିଛି ।

ତେବେ ପରଦିନ ମଧ୍ୟ ସମାନ ଘଟଣା ଘଟିଛି । ବାରମ୍ବାର ଏଭଳି ଘଟଣା ଦେଖି ଦୋକାନ ମାଲିକଙ୍କୁ କହିଥିଲେ ସୁରେନ୍ଦ୍ର । ଏନେଇ ସିସିଟିଭି ଚେକ୍‌ କରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ବାଇକଟି ଆପେ ଆପେ ଷ୍ଟାର୍ଟ ହୋଇ ଚାଲୁଥିବାର ଦେଖା ଯାଇଥିଲା । ହ୍ୟାଣ୍ଡେଲ ଲକ ଯୋଗୁ କିଛି ବାଟ ଯିବା ପରେ ପଡି ଯାଉଥିଲା । ଏହି ଖବର ଆସିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+