ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବାଇକ୍ ଆମ୍ବୁଲାନ୍ସ ସେବା
ଦୁର୍ଗମ ଅଞ୍ଚଳ ଭାବେ ଜଣଶୁଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ବାଇକ୍ ଆମ୍ବୁଲାନ୍ସ ସେବା । ଯାହାଦ୍ୱାରା ଉପକୃତ ହେବେ ରୋଗୀ। ଏଥିପାଇଁ ନାବାର୍ଡ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ।
ଚିତ୍ରକୋଣ୍ଡା: ଦୁର୍ଗମ ଅଞ୍ଚଳ ଭାବେ ଜଣଶୁଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ର ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ବାଇକ୍ ଆମ୍ବୁଲାନ୍ସ ସେବା । ଯାହାଦ୍ୱାରା ଉପକୃତ ହେବେ ରୋଗୀ। ଏଥିପାଇଁ ନାବାର୍ଡ ପକ୍ଷରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ।

ବାଇକ୍ ଆମ୍ବୁଲାନ୍ସକୁ ପରିଚାଳନା କରିବ 'ପରିବର୍ତ୍ତନ' ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା । ବାଇକ ଆମ୍ବୁଲାନ୍ସ ଦ୍ୱାରା ସ୍ବାଭିମାନ ଅଞ୍ଚଳର ମୋଟ୍ ୯ଟି ପଞ୍ଚାୟତ ମଧ୍ୟରୁ ୮ଟି ପଞ୍ଚାୟତବାସୀ ଉପକୃତ ହୋଇପାରିବେ ।
ଚିତ୍ରକୋଣ୍ଡା ବ୍ଲକ୍ର ମୋଟ୍ ୧୮ଟି ପଞ୍ଚାୟତ ମଧ୍ୟରୁ ଅଣ୍ଡରାପାଲ୍ଲୀ, ଯନ୍ତ୍ରୀ, ଯୋଡ଼ାମ୍ବ, ନାକାମାମୁଡ଼ି, ରାଲେଗାଡ଼ା, ବଡ଼ପଡ଼ା, ପାପରମେଟଲା, ପଣସପୁଟ ଓ ବଡ଼ପଦର ପଞ୍ଚାୟତ ସ୍ବାଭିମାନ ଅଞ୍ଚଳରେ ରହିଛି । ପୂର୍ବରୁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ କରାଯିବା ସହିତ ଯୋଡ଼ାମ୍ବ ଓ ବଡ଼ପଡ଼ାରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ହେଲେ ସ୍ବାଭିମାନ ଅଞ୍ଚଳର କିଛି ଦୁର୍ଗମ ଅଞ୍ଚଳକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରୁନି । ଏହାକୁ ଦୃଷ୍ଟିରେ ରଖି ନାବାର୍ଡ ପକ୍ଷରୁ ଆଜି ସ୍ବାଭିମାନ ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇଟି ବାଇକ୍ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications