ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ !, ବିଧାନସଭାରେ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସୂଚନା
ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ବ୍ୟୟବରାଦ କରାଯାଇ ନାହିଁ ।
ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ବ୍ୟୟବରାଦ କରାଯାଇ ନାହିଁ । ତେଣୁ ବିଜୁ ଯୁବ ବାହିନୀ ବର୍ତମାନ କାର୍ଯ୍ୟକ୍ଷମ ହେବ ନାହିଁ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉ ନାହିଁ। ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ ।

ସେପଟେ ମନ୍ତ୍ରୀଙ୍କ ସୂଚନା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ନିର୍ବାଚନ ପାର ହେବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା । ରାଜ୍ୟ ରାଜକୋଷରୁ ବିଜୁ ଯୁବ ବାହିନୀ ନାଁରେ ଟଙ୍କା ଲୁଟ କରାଯାଇଛି । ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ସେତିକି ଟଙ୍କାରେ କୌଣସି ଉନ୍ନୟନ ମୂଳକ କାମ ହୋଇପାରିଥାନ୍ତା ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ନିର୍ବାଚନ ସମୟରେ ନିଜ ସ୍ୱାର୍ଥ ସାକାର କରିବାକୁ ଏହାକୁ ଗଠନ କରିଥିଲେ। ଆମେ ଏହାକୁ ଗୁଣ୍ଡା ବାହିନୀ ବୋଲି କହୁଥିଲୁ। ନିର୍ବାଚନ ପରେ ଆଉ ଏହି ବାହିନୀର ଆବଶ୍ୟକତା ରହିଲା ନାହିଁ। କାମ ସରିବାରୁ ଏହାକୁ ବନ୍ଦ କଲେ। ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ।












Click it and Unblock the Notifications