ପୁଣି ଧାନ କିଣା ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ସମ୍ମିଳନୀରେ ଯୁବ ଓ ଛାତ୍ର ନେତାଙ୍କୁ ପ୍ରଣବ ପ୍ରକାଶ ଦାସ ଅନେକ ଧାନକିଣା ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ।

ଭୁବନେଶ୍ୱର: ଭଦ୍ରକରେ ବିଶାଳ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଯୁବ ଓ ଛାତ୍ର ନେତାଙ୍କୁ ପ୍ରଣବ ପ୍ରକାଶ ଦାସ ଅନେକ ଧାନକିଣା ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଆପଣାଇବାକୁ ପ୍ରଣବ ଆହ୍ୱାନ ଦେଇଛନ୍ତି ।

ପ୍ରଣବ ପ୍ରକାଶ ଦାସ

ରାଜ୍ୟ ସରକାର ସବୁ ଧାନ ଉଠାଇବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଚାଉଳ ଉଠାଇବା ପାଇଁ କେନ୍ଦ୍ର ସହଯୋଗ କରୁନି। ମାତ୍ର ଦୁଇ ହଜାର କୋଟି ପ୍ରଦାନ କଲେ ପଶ୍ଚିମ ଓଡ଼ିଶାରେ ଗୋଟିଏ ବି ଧାନ ରହିବ ନାହିଁ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି ।

ସେହପିର ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ୩୩ ପ୍ରତିଶତ ମହିଳାଙ୍କୁ ସୁଯୋଗ ଦିଅନ୍ତୁ। ନିଜେ ମଧ୍ୟ କାର୍ଯ୍ୟକାରୀ କରିଥିଲେ। ବିଜୁ ବାବୁ ମଧ୍ୟ ମା'ମାନଙ୍କୁ ଅଗ୍ରାଧିକାର ଦେଉଥିଲେ। ଏବେ କେନ୍ଦ୍ରରେ ଜୁମଲା ସରକାର ଚାଲିଛି ବୋଲି ସେ କହିଛନ୍ତି । ପୂର୍ବରୁ ଶୋଷଣର ସରକାର ବିରୁଦ୍ଧରେ ଲଢୁଥିଲୁ । ଏବେ ଭାଷଣର ସରକାର ବିରୁଦ୍ଧରେ ଲଢିବୁ ବୋଲି ପ୍ରଣବ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+