Get Updates
Get notified of breaking news, exclusive insights, and must-see stories!

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ମହିଳାଙ୍କୁ ମିଳିଲା ନୂଆ ଜୀବନ

Biju Swasthya Kalyan Yojana :Women get new life for Biju Health Welfare Cardବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ମହିଳାଙ୍କୁ ମିଳିଲା ନୂଆ ଜୀବନବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ମହିଳାଙ୍କୁ ମିଳିଲା ନୂଆ ଜୀବନ ।ଦୀର୍ଘଦିନରୁ କ୍ୟାନ୍ସରରୁ ମୁ

କେନ୍ଦ୍ରାପଡ଼଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ମହିଳାଙ୍କୁ ମିଳିଲା ନୂଆ ଜୀବନ ।ଦୀର୍ଘଦିନରୁ କ୍ୟାନ୍ସରରୁ ମୁକ୍ତିପାଇବା ପାଇଁ ସଙ୍ଘର୍ଷ କରୁଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ନଡ଼ିଅବରେଇ ପଞ୍ଚାୟତ ଓଉପଡ଼ା ଗ୍ରାମର ସୁସ୍ମିତା ଦାସଙ୍କ ବେକରେ ପ୍ରଥମେ ଏକ ଆବୁ ବାହାରିଥିଲା । ଚିକିତ୍ସା କରିବା ଦ୍ୱାରା ଡାକ୍ତର ଏହାକୁ କ୍ୟାନ୍ସର ପ୍ରଥମ ଷ୍ଟେଜ୍ ବୋଲି କହିଥିଲେ ।ହେଲେ ଚିକିତ୍ସାରେ ବାଧକ ସାଜିଥିଲା ଅର୍ଥ ।

bsky

ପରବର୍ତ୍ତି ସମୟରେ ୫୦ବର୍ଷିୟ ସୁସ୍ମିତା ଗ୍ରାମର ଜଣେ ଯୁବକଙ୍କ ସାହାର୍ଯ୍ୟରେ ଚିକିତ୍ସା ପାଇଁ ଭୁବନେଶ୍ୱର ସମ ହସ୍ପିଟାଲେରେ ପହଁଚିଥିଲେ । ଯେଉଁଠି ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟରେ ବିନା ଖର୍ଚ୍ଚରେ ସୁସ୍ମିତାଙ୍କ ଚିକିତ୍ସା କରାଯାଇଥିଲା । ମହିଳାଙ୍କ ବେକ ଆବୁ ର ଏଫ.ଏ. ନେ. ସି କରାଯିବା ପରେ ଆବୁ ଟି କ୍ୟାନ୍ସର ବୋଲି ସ୍ପଷ୍ଟ ହୋଇଥିଲା । ପେଡ ସ୍କାନ କରାଯିବା ପରେ ସସ୍ମିତାଙ୍କୁ ୬ଟି କେମୋ ଦିଆଯାଇଥିଲା ।ତେବେ ସମସ୍ତ ଚିକିତ୍ସା ପଦ୍ଧତି ପାଇଁ ଅଧିକ ଅର୍ଥର ଆବଶ୍ୟକ ଥିଲା । ବ୍ୟୟ ବହୁଳ ହୋଇଥିଲେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରେ ମହିଳା ଙ୍କ ପାଇଁ ଦଶ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି କାର୍ଯ୍ୟକ୍ଷମ ହୋଇଥିଲ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ସୁସ୍ମିତାଙ୍କ ସମସ୍ତ ଚିକିତ୍ସା ମାଗଣାରେ ହୋଇପାରିଥିଲା ।କେମୋ ନେବା ପରେ ସୁସ୍ମିତା ସମ୍ପୁର୍ଣ୍ଣ ସୁସ୍ଥ ବୋଲି କହିଥିଲେ ଡାକ୍ତର । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥିବା ହିତାଧିକାରୀ ମାନେ ଆଜି ମାଗଣାରେ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ବଡ଼ ବଡ଼ ରୋଗରୁ ମୁକ୍ତି ପାଇ ପାରୁଛନ୍ତି ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ଆଜି କେନ୍ଦରାପଡ଼ାର ସୁସ୍ମିତା ସୁସ୍ଥ ଓ ଆରୋଗ୍ୟ ହେବାପରେ ନୂଆ ଜୀବନ ପାଇଛନ୍ତି । ଯେଉଁଥି ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+