ଗ୍ରାମାଞ୍ଚଳ ବିକାଶରେ ପରିବର୍ତ୍ତନ ଆଣିଛି ବିଜୁ ସେତୁ ଯୋଜନା: ୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ
ଏହି ବିଜୁ ସେତୁ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଛି । ଏହି ସେତୁ ନିର୍ମାଣ ଦ୍ୱାରା ୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ ହେଉଛନ୍ତି ।

ଭୁବନେଶ୍ୱର: ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ପ୍ରଣୟନ କରିଛନ୍ତି । ୨୦୧୧ ମସିହାରେ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ବିଜୁ ସେତୁ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଛି । ଏତଦ୍ବ୍ୟତୀତ ଆଉ ୧୪ଟି ସେତୁର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ସେତୁ ନିର୍ମାଣ ଦ୍ୱାରା ୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ ହେଉଛନ୍ତି ଏବଂ ସେମାନଙ୍କର ଆର୍ଥିକ ମାନଦଣ୍ଡ ଏବଂ ସାମାଜିକ ସ୍ଥିତି ସୁଦୃଢ଼ ହୋଇ ପାରିଛି ।
ପରିବହନ କ୍ଷେତ୍ରରେ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି । ଏତଦ୍ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦୁ୍ୟତ ଶକ୍ତି, କୃଷି ଉତ୍ପାଦନ, ବାଣିଜ୍ୟ ଓ ଜୀବିକାନିର୍ବାହ ଆଦି ମୌଳିକ ସୁବିଧା ଲୋକମାନେ ପାଇବା ସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ବିଜୁ ସେତୁ ଯୋଜନା ଗ୍ରାମାଞ୍ଚଳ ଜନସାଧାରଣଙ୍କ ଅର୍ଥନୈତିକ-ସାମାଜିକ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହୋଇଛି ।
ସଂପ୍ରତି ଭୁବନେଶ୍ୱର ବ୍ଲକ୍ ଅନ୍ତର୍ଗତ ଝିଙ୍କିରିଡିହିରୁ କଟକ ସଦର ପ୍ରତା ପନଗରୀକୁ ସଂଯୋଗ କରୁଥିବା କୁଆଖାଇ ନଦୀ ଉପରେ ସୁଉଚ୍ଚ ସେତୁ ୨୦୨୨ ନଭେମ୍ବର ୧୦ ତାରିଖରେ ଲୋକାର୍ପିତ ହୋଇଯାଇଛି । ଏହି ସେତୁ ୩୦.୬୩ ମିଟର ବିଶିଷ୍ଟ ୧୧ ଗୋଟି ସ୍ପାନ୍କୁ ନେଇ ନିର୍ମିତ ହୋଇଛି । ଏହାର ସମୁଦାୟ ଲମ୍ବ ୩୩୬.୯୩ ମିଟର । ଏହା ୧୭୪୯.୯୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଅଛି । ଏହି ସେତୁ ନିର୍ମାଣ ଦ୍ୱାରା ୯ଟି ଗ୍ରାମର ୪୦ ହଜାର ଲୋକ ଉପକୃତ ହେଉଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications