ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
Odisha News: ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଏକ ପୋଷ୍ଟ ସେୟାର କରି ମୋଦି ଲେଖିଛନ୍ତି, ଓଡ଼ିଶା ପ୍ରତି ବିଜୁବାବୁଙ୍କ ଅବଦାନ ଅବିସ୍ମରଣୀୟ । ଓଡ଼ିଶାର ବିକାଶ ସହ ଲୋକଙ୍କୁ ସଶକ୍ତ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ । ସେ ଜରୁରୀକାଳୀନ ପରିସ୍ଥିତିର ଦୃଢ ବିରୋଧ କରି ଗଣତାନ୍ତ୍ରିକ ଆଦର୍ଶ ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ଦେଖାଇଥିଲେ ।

ସେହିପରି ଓଡ଼ିଶାର ରାଜ୍ୟପାଳ ଡକ୍ଚର ହରିବାବୁ କମ୍ଭପତି ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ । ସୋସିଆଲ ମିଡିଆରେ ଏକ୍ସର ଲେଖିଛନ୍ତି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦି ଷ୍ଟେଟମ୍ୟାନ୍ ବିଜୁପଟ୍ଟନାୟକଙ୍କ ଜନ୍ମବାର୍ଷିକୀର ତାଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।












Click it and Unblock the Notifications