Get Updates
Get notified of breaking news, exclusive insights, and must-see stories!

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ତାଲିମ କେନ୍ଦ୍ର

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଦେଶର ଶ୍ରେଷ୍ଠ ପୋଲିସ ତାଲିମ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ମିଳିଛି ।

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଦେଶର ଶ୍ରେଷ୍ଠ ପୋଲିସ ତାଲିମ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ମିଳିଛି । ବିପିଏସପିଏର ଅଧ୍ୟକ୍ଷ ତଥା ବରିଷ୍ଠ ଆଇପିଏସ ଅରୁଣ କୁମାର ଷଢଙ୍ଗୀ ଏହି ଟ୍ରଫି ଗ୍ରହଣ କରିଛନ୍ତି ।

Biju Patnaik Police Academy

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍‌ ଅଫିସର୍‌ ବର୍ଗର ସମସ୍ତ ରାଜ୍ୟ ମଧ୍ୟରେ ସର୍ବୋତ୍ତମ ପୋଲିସ୍‌ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଭାବରେ ବିଚାର କରାଯାଇଥିଲା । ଜାନୁଆରୀ ୨୦୨୨ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ଘୋଷଣା କରାଯାଇଥିଲା । ଆଜି ନୂଆଦିଲ୍ଲୀରେ ଏକ ସମାରୋହରେ ଟ୍ରଫି ପ୍ରଦାନ କରାଯାଇଛି ।

ଉତ୍ତମ ତାଲିମ୍ ସୁବିଧା, ତାଲିମ୍ କୌଶଳ, ଦକ୍ଷ ଟ୍ରେନର, ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍‌କୁ କାର୍ଯ୍ୟକାରୀ କରିବା ଏବଂ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମ ଆୟୋଜନ ଭଳି ବିଭିନ୍ନ ମାପକାଠି ପାଇଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଏହି ପୁରସ୍କାର ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+