ବିଧାନସଭା ପରିସରରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡିଶାର ସାମାଜିକ ଓ ଅର୍ଥନୈତିକ ଜାଗରଣରେ ବିଜୁ ବାବୁଙ୍କ ଭୂମିକା ସର୍ବାଗ୍ର, ସମୃଦ୍ଧ ଏବଂ ସମୁଜ୍ଵଳ

ଭୁବନେଶ୍ବର: ଓଡିଶା ବିଧାନସଭା ପରିସରରେ ସଂଗ୍ରାମୀ, ସ୍ବାଭିମାନି, ସାହସୀ, ସ୍ପଷ୍ଟବାଦୀ, ସତ୍ୟବାଦୀ କଳିଙ୍ଗ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବାଚସ୍ପତି ଡ଼ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକତାରେ ବିଧାନସଭା ପରିସରରେ ଏକ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଓ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି ।

Biju patnaik

ବାଚସ୍ପତି ଡ଼ ପାତ୍ରଙ୍କ ସମେତ ଉପବାଚସ୍ପତି ରଜନୀକାନ୍ତ ସିଂହ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାନସଭା ସଚିବ ଦାଶରଥି ଶତପଥୀ, ନିର୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର, ଉତ୍କଳ ସର୍ବୋଦୟ ମଣ୍ଡଳର କର୍ମକର୍ତ୍ତା ଓ ଅନ୍ଯାନ୍ଯ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବରପୁତ୍ରଙ୍କୁ ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ। ସ୍ଵାଧୀନତା ପରବର୍ତ୍ତୀ ଓଡିଶାର ସାମାଜିକ ଓ ଅର୍ଥନୈତିକ ଜାଗରଣ ସହିତ ମହିଳା ମାନଙ୍କ ସମାନ୍ତରାଳ ବିକାଶରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଭୂମିକା ସର୍ବାଗ୍ର, ସମୃଦ୍ଧ ଏବଂ ସମୁଜ୍ଵଳ ବୋଲି ସଭାରେ ପ୍ରକାଶ ପାଇଥିଲା। ଏହି ଅବସରରେ ବାଚସ୍ପତି, ଉପବାଚସ୍ପତି ଏବଂ ଅତିଥି ମାନଙ୍କ କରକମଳରେ ଓଡିଶା ବିଧାନସଭା ଗବେଷଣା ବିଭାଗ ଦ୍ଵାରା ସଂକଳିତ 'ସଂସଦ ବିଚାର' ପୁସ୍ତକର ଶୁଭ ଉନ୍ମୋଚନ ହୋଇଥିଲା । ଏହି ପୁସ୍ତକରେ ଓଡିଶା ବିଧାନସଭା ସମ୍ପର୍କିତ ସବିଶେଷ ତଥ୍ୟ ପାଠକମାନେ ପାଇପାରିବେ । ଶାଶ୍ଵତୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ବିଜୁବାଙ୍କୁଙ୍କ ସମ୍ଭ୍ରାନ୍ତ ସ୍ମୃତିକୁ ପୁନର୍ଜୀବିତ କରି ପ୍ରଜ୍ଞା ଓ ପ୍ରେରଣା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ(ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+