ଘରୋଇକରଣ ହେବ ଦେଶର ୧୧ଟି ବିମାନ ବନ୍ଦର, ତାଲିକାରେ ରହିଛି ଭୁବନେଶ୍ୱର ବିମାନବନ୍ଦର
Bhubaneswar News: ଘରୋଇକରଣ ହେବ ଦେଶର ୧୧ଟି ବିମାନ ବନ୍ଦର । ଏହି ତାଲିକାରେ ରହିଛି ଓଡ଼ିଶା ରାଜଧାନୀ ଭୁବନେଶ୍ୱର ନାଁ । ଇନ୍ଦୋର, ଭୁବନେଶ୍ୱର, ରାୟପୁର, ତ୍ରିଚି, ଅମୃତସର, କାଲିକଟ, କୋଏମ୍ବାଟୁର, ନାଗପୁର,ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡ଼ା, ଭଦୋଦରା, ଭୋପାଳ, ତିରୁପତି, ଇମ୍ଫାଲ, ଉଦୟପୁର ପରି ବିମାନ ବନ୍ଦରତୁ ଘରୋଇ କମ୍ପାନିକୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ଯାହା ଫଳରେ ବିମାନ ବନ୍ଦରର ପରିସୀମା ବଢାଇବା ପାଇଁ ଚେଷ୍ଟା କରାଯିବ ।

୨୦୨୨ରୁ ୨୦୨୫ ମଧ୍ୟ ଲିଜ୍ ସୂତ୍ରରେ ଘରୋଇ କମ୍ପାନୀକୁ ଦିଆଯିବ ଏବଂ ଯେଉଁ ବିମାନ ବନ୍ଦର କ୍ଷତିରେ ଚାଲୁଛି ସେହି ସମସ୍ତକୁ ଘରୋଇ କମ୍ପାନୀକୁ ଦିଆଯିବ ଏବଂ ଗୁରୁ୍ତ୍ୱ ଦିଆଯିବ । ତେବେ ଲାଭ କ୍ଷତି ସହୁଥିବା ବିମାନବନ୍ଦରର ଏକ ତାଲିକା ପ୍ରସ୍ତୁତ କରାଯାଇ ବିଡଂ କରାଯିବ । ତେବେ ଏହାର ପ୍ରକ୍ରିୟା କ'ଣ ରହିବ ତାହାର ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ୍ ନେବ ।












Click it and Unblock the Notifications