Get Updates
Get notified of breaking news, exclusive insights, and must-see stories!

ବିକାଶର ନୂଆ ଇତିହାସ ଲେଖିବ ବିଜୁ ଏକ୍ସପ୍ରେସ ୱେ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ମେଁ ବହୁତ ଖୁସି। ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ। ଏ ହେଉଛି ସେହି ଅଞ୍ଚଳ ପାଇଁ ଜୀବନରେଖା ।

Biju Express way

ବରଗଡ଼: ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ବରଗଡ଼ ହଳଦୀପାଲିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ବିଜୁ ଏକ୍ସପ୍ରେସ ଓ୍ୱେରେ ମୁଖ୍ୟମନ୍ତ୍ରୀ ରୋଡ୍ ସୋ' କରିଥିଲେ । ସୋହେଲାରୁ ଘେସଁ ପର୍ଯ୍ୟନ୍ତ ୧୮ କିଲୋମିଟର ପର୍ଯ୍ୟନ୍ତ ନବୀନଙ୍କ ରୋଡ୍ ସୋ' । ରୋଡ୍ ସୋ'ରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ମେଁ ବହୁତ ଖୁସି। ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ। ଏ ହେଉଛି ସେହି ଅଞ୍ଚଳ ପାଇଁ ଜୀବନରେଖା । ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ। ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ। ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇବ। ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ଉପକୃତ ହେବେ।

ମୋଟ୍ ୫୪୬ କିଲୋମିଟର ଦୂରତାର ଏହି ବିଜୁ ଏକ୍ସପ୍ରେସ ଓ୍ୱେ । ବୀରମିତ୍ରପୁରଠାରୁ କଳାହାଣ୍ଡିର ଆମ୍ବପାଣି ଯାଏ ଲମ୍ବିଛି ଏହି ଏକ୍ସପ୍ରେସ ୱେ । ଏହା ପରେ ନୂଆପଡ଼ାରେ ସାଧାରଣ ସଭାରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ୍ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିଛନ୍ତି ନବୀନ । ଏହାଛଡ଼ା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସହିତ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ସେହପରି କଳାହାଣ୍ଡି ଜିଲ୍ଲା ଆମ୍ବପାଣିଠାରୁ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନାପାଲି ପର୍ଯ୍ୟନ୍ତ ନିର୍ମିତ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ସେଠାରୁ ୬୧ କିଲୋମିଟର ଦୂର ଆମ୍ବପାଣି ପର୍ଯ୍ୟନ୍ତ ବସରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୫୪୬ କିଲୋମିଟର ରାସ୍ତା ପାଇଁ ୬ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+