୨୦୨୩-୨୪ରେ ଆରମ୍ଭ ହେବ ବିଜୁ ଏକ୍ସପ୍ରେସ୍ ୱେ-୨, ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର
୨୦୨୩-୨୪ରେ ଆରମ୍ଭ ହେବ ବିଜୁ ଏକ୍ସପ୍ରେସ୍ ୱେ-୨ । ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ନିର୍ମାଣ ହେବ ୪-ଲେନ୍ ବିଶିଷ୍ଟ ୩୩୫ କିମି ରାସ୍ତା । ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର ।

ଭୁବନେଶ୍ୱର: ୨୦୨୩-୨୪ରେ ଆରମ୍ଭ ହେବ ବିଜୁ ଏକ୍ସପ୍ରେସ୍ ୱେ-୨ । ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ନିର୍ମାଣ ହେବ ୪-ଲେନ୍ ବିଶିଷ୍ଟ ୩୩୫ କିମି ରାସ୍ତା । ଯେଉଁଥି ପାଇଁ ଚଳିତ ଆର୍ଥିକ ବର୍ଷ ବଜେଟରେ ୧୦୦କୋଟି ବ୍ୟୟ ବରାଦ ହୋଇଯାଇଛି । ଏଥିପାଇଁ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି ।
ତ୍ରିଶୁଳିଆରେ କାଠଯୋଡି ନଦୀ ଉପରେ ନିର୍ମାଣ ହେବ ଦ୍ୱିତୀୟ ସେତୁ ଏବଂ ଚଳିତ ବର୍ଷ ହିଁ ଏହାର କାମ ଆରମ୍ଭ ହେବ । ଏଥି ପାଇଁ ମଧ୍ୟ ରାଜ୍ୟ ବଜେଟରେ ବ୍ୟୟ ବରାଦ ହୋଇସାରିଛି । ସେହିପରି ୨୦୨୩-୨୪ରେ ସରିବ ପରିକ୍ରମା ପ୍ରକଳ୍ପ । ଏନେଇ ପ୍ରେସମିଟରେ କରି ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ଓ ପୂର୍ତ୍ତ ସଚିବ । ଅବଢା ଯୋଜନାରେ ବଜେଟରେ ୨୨୩ କୋଟି ୯୮ ଲକ୍ଷ ବ୍ୟୟ ବରାଦ ହୋଇଛି । ଏହି ଅର୍ଥରେ ପ୍ରରିକ୍ରମା ପ୍ରକଳ୍ପ, ଜଗନ୍ନାଥ ବର୍ଲଭ ତୀର୍ଥଯାତ୍ରୀ ସ୍ଥଳୀ କାର୍ଯ୍ୟ କରାଯିବ । ଶ୍ରୀସେତୁ, ମୂଷା ନଦୀ ଓ ସ୍ମାରକୀ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର ।
ସୂଚନାଥାଉ ଯେ, ଐତିହ୍ୟ ଓ ଧାର୍ମିକସ୍ଥଳୀର ଉନ୍ନତିକରଣ ପାଇଁ ଚଳିତ ବର୍ଷ ଆର୍ଥିକ ବଜେଟରେ ୧୫୮ କୋଟି ଟଙ୍କାର ବୟ ବରାଦ ହୋଇଛି । ସେପଟରେ ଚଳିତ ବର୍ଷ ଜୁନ ସୁଦ୍ଧା ଶେଷ ହେବ କଟକ-ସମ୍ବଲପୁପ ଏନଏଚର ଗୋଟିଏ ପାର୍ଶ୍ୱ କାମ । ସେହିପରି ୩୧୪ ବ୍ଲକ ମଧ୍ୟରୁ ୩୦୪ ବ୍ଲକକୁ ଦୋହରା ରାସ୍ତା ହୋଇପାରିଛି । ୨୯ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୯ ସ୍ଥାନକୁ ୭୯ ଶିଳ୍ପାଞ୍ଚଳ ମଧ୍ୟରୁ ୩୯ ସ୍ଥାନକୁ ଦୋହରା ରାସ୍ତା ହୋଇପାରିଛି ।












Click it and Unblock the Notifications