ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ, ନବୀନ ଦେଲେ ଗୁରୁମନ୍ତ୍ର
ଆଜି ବସିଥିଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରଣୀ ବୈଠକ । ବୈଠକେରେ ଭିସି ଯୋଗେ ଯୋଗ ଦେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଆଜି ବସିଥିଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରଣୀ ବୈଠକ । ବୈଠକେରେ ଭିସି ଯୋଗେ ଯୋଗ ଦେଇଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଯୁବପିଢି ଓଡ଼ିଶାର ନୂଆ ଯୁଗର ସାରଥି । ତେଣୁ ଯୁବପିଢି ନିଜ ଦକ୍ଷତାର ପୂର୍ଣ୍ଣ ବିକାଶ କରିବା ସହିତ ଯେଉଁଠି ରହୁଛେ, ଯେଉଁଠି ବଢିଛେ ତାର ବିକାଶ କରିବା ।

ନିଜ ଭାଷଣରେ କହିଛନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ର ଆମ ସ୍ୱାଭିମାନର ପ୍ରତୀକ । ଆମର ଆଦର୍ଶ । ରମାଦେବୀ, ମାଳତୀ ଚୌଧୁରୀଙ୍କ ସେବାର ପଟାନ୍ତର ନାହିଁ । ଏମାନଙ୍କ ତ୍ୟାଗ ନାରୀ ଜାତିକୁ ମହିମାମଣ୍ଡିତ କରିଛି ବୋଲି କହିଛନ୍ତି ନବୀନ ।
ସେହିଭଳି ଆମ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ନବୀନ ଆହ୍ୱାନ କରିବା ସହିତ ସୋସିଆଲ ମିଡିଆର ମିଥ୍ୟା ତଥ୍ୟକୁ ନେଇ ଆଲର୍ଟ ରହିବାକୁ ଦେଇଛନ୍ତି ମନ୍ତ୍ର । ସୋସିଆଲ୍ ମିଡିଆର ବ୍ୟବହାର ଠିକ୍ ଢଙ୍ଗରେ କରନ୍ତୁ ବୋଲି କହିବା ସହିତ ଏଥିରେ ଓଡିଆ ଜାତିର ପ୍ରଚାର ଓ ପ୍ରସାରର ସଦୁପଯୋଗ କରନ୍ତୁ ବୋଲି ଦେଇଛନ୍ତି ପରାମର୍ଶ ।












Click it and Unblock the Notifications