ବାହା ହେବେ ବିଜୟ ଶଙ୍କର: କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ କଲେ ଆବେଦନ

ଜଗତସିଂହପୁର: ବାହା ହେବ ବିଜୟ ଶଙ୍କର । ବିବାହ ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ । କଟକ ସବ ରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ବିଜୟଶଙ୍କର ଦାସ ଆବେଦନ କରିଥିବା ସୂଚନା ମିଳିଛି ।

ତେବେ ପୂର୍ବତନ ପ୍ରେମିକା ସୋମାଲିକା ଦାସ ନୁହନ୍ତି, ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ । ସହ ବିବାଦ ନ ଛିଡିଣୁ ବିଧାୟକ ଆଉ ଜଣଙ୍କୁ ଜୀବନ ସାଥୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ପାଖାପାଖି ଏକ ବର୍ଷ ହେବ ପ୍ରେମ ବିବାଦରେ ଛନ୍ଦି ହୋଇଥିବା ବିଜୟ ଶଙ୍କର ଆଜି ପର୍ଯ୍ୟନ୍ତ ମୁକୁଳି ନଥିବା ବେଳେ ପୁଣି ସେଇ ପ୍ରେମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସୋମାଲିକାଙ୍କ ସହିତ ବିବାଦ ତୁଟି ନଥିବା ବେଳେ ବିଜୟ ଶଙ୍କର ଗତ କାଲି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ନିମନ୍ତେ କଟକ ସବ ରେଜିଷ୍ଟର ଙ୍କ ନିକଟରେ ଆବେଦନ କରିଛନ୍ତି ।

bijay_shankar

ପ୍ରଶ୍ନ ଉଠୁଛି ସେହି ଯୁବତୀ ଜଣକ କିଏ ? ଯାହାକୁ ମନ ଦେଇ ବସିଛନ୍ତି ବିଧାୟକ । ଆଉ ତାଙ୍କୁ ନିଜ ଜୀବନ ସାଥୀ କରିବା ପାଇଁ ଭାବିଛନ୍ତି ।
ହାଇକୋର୍ଟରୁ ବିନୟ ଶଙ୍କରଙ୍କୁ କୌଣସି କ୍ଲିନ ଚିଟ ମିଳି ନଥିବା ବେଳେ ପୁଣି ସୃଷ୍ଟି ହୋଇଥିବା ବିବାଦ ବିଧାୟକଙ୍କୁ କେତେ ଅଡ଼ୁଆରେ ପକାଇବ ତାହା ଆଗକୁ ଜଣା ପଡିବ ।

ତେବେ ଏ ନେଇ କଟକ ସଵ ରେଜିଷ୍ଟ୍ରାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ। ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା।

ଉଲ୍ଲେଖଥାଉ କି, ଗତ ମେ' ୧୭ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟ୍ରାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ରେ ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+