ବିହାର ରାମ ନବମୀ ହିଂସା: ଗିରଫ ହେଲେଣି ୧୧୨ ଜଣ, ସ୍ଥିତି ଅସମ୍ଭାଳ

ସାସାରାମ: ବିହାରର ସାସାରାମରେ ସାମ୍ପ୍ରଦାୟିକ ହିଂସା ମାମଲା । ଶୁକ୍ରବାର ଦିନ ରାମ ନବମୀ ପର୍ବ ସମୟରେ ସାମ୍ପ୍ରଦାୟିକ ଉତ୍ତେଜନା ପରେ ବିହାରର ସାସାରାମ ଏବଂ ବିହାର ଶରିଫ ସହରରେ ଧାରା ୧୪୪ ଲାଗୁ କରାଯାଇଛି । ୧୧୨ ଜଣ ଗିରଫ ହୋଇ ସାରିଲେଣି ହେଲେ ଏବେ ମଧ୍ୟ ସ୍ଥିତି ଅସମ୍ଭାଳ ରହିଛି ।
ସୂଚନା ଅନୁସାରେ, ସାସାରାମ୍ ସହରରେ ଆଜି ମଧ୍ୟ ସ୍ଥିତି ଅସମ୍ଭାଳ ରହିଛି । ହିଂସା କାଣ୍ତ ପାଇଁ ଅନେକ ଯାନବାହନ, ଘର ଏବଂ ଦୋକାନରେ ନିଆଁ ଲଗାଇ ନଷ୍ଟ କରାଯିବା ସହ ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହି ମାମଲାରେ ବିହାର ସରିଫ ଏବଂ ନାଳନ୍ଦାରୁ ମୋଟ୍ ୧୧୨ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ସେପଟେ ସହରରେ ହିଂସା କାଣ୍ତ ବଢୁଥିବାରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ସହରର ସମସ୍ତ ସ୍କୁଲ କଲେଜ, ସରକାରୀ-ବେସରକରୀ ଅଫିସ ବନ୍ଦ ରଖାଯାଇଛି ।
ବିହାର ପୋଲିସ ସୂଚନା ଅନୁସାରେ, ଗତକାଲି ରୋହତାସର ସାସାରମାରେ ବୋମା ବିସ୍ଫୋରଣ ଘଟଣା ବିଷୟରେ ସୂଚନା ପାଇ ତୁରନ୍ତ ସେଠାକୁ ଏକ ଫୋରେନସିକ୍ ଟିମ୍ ପଠାଯାଇଥିଲା । ଏକ କୁଡିଆ ଘରେ ବୋମା ବିସ୍ଫୋରଣ ହୋଇଥିଲା ସେଠାରୁ ପୋଲିସ ଏକ ସ୍କୁଟି ଯବତ କରିବା ସହ ଏହି ମାମଲାରେ ୨ ଜଣଙ୍କୁ ଗରିଫ ମଧ୍ୟ କରାଯାଇଛି ।
ସୂଚନାଥାଉ ଯେ, ଅପ୍ରେଲ ୨ରେ ପାଟନା ଏବଂ ନୱାଡା ଠାରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା । ହେଲେ ବିହାର ସ୍ଥିତି ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିହାରର ରୋହତାସ ଜିଲ୍ଲାର ସାସାରାମ ଗସ୍ତ ବାତିଲ କରାଯାଇଛି ।












Click it and Unblock the Notifications