ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ନୀତିଶ କୁମାର, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ୱର:ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନିଜ ଗସ୍ତ ସମୟରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ତେବେ ଉଭୟଙ୍କ ଭେଟକୁ ନେଇ ବର୍ତ୍ତମାନ ଜୋରଧରିଛି ରାଜନୀତି ।
ସୂଚନାଅନୁସାରେ, ଅପରାହ୍ନ ୧୨ଟା ସମୟରେ ନବୀନ ନିବାସରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟର କାର୍ଯ୍ୟକ୍ରମ ରହିଛି । ତେବେ ଖବର ଏହା ମଧ୍ୟ ରହିଛି ଯେ, ନବୀନ ପଟ୍ଟନାୟକ -ନୀତିଶ କୁମାର ଏକାଠି ମଧ୍ୟାହ୍ନ ଭୋଜନ କରିପାରନ୍ତି । ସେପଟେ ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟକୁ ନେଇ ସରଗରମ ହୋଇଛି ରାଜନୈତୀକ ମାହୋଲ । ନବୀନ-ନୀତିଶଙ୍କ ସାକ୍ଷାତକୁ କଡ଼ା ସମାଲୋଚନା କରିଛି ବିଜେପି ।

ଆପଣଙ୍କୁ କହି ରଖୁଛୁ ନୀତିଶ କୁମାର ବିଜେପିକୁ ମାତ୍ ଦେବା ପାଇଁ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିସାରିଛନ୍ତି । ଏହା ପରେ ନବୀନଙ୍କୁ ଭେଟିବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି ।












Click it and Unblock the Notifications