ଭୁବନେଶ୍ୱରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଏୟାରପୋର୍ଟରୁ ସିଧା ଗଲେ ନବୀନ ନିବାସ
Nitish-Naveen Meet:ଭୁବନେଶ୍ୱରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିମାନବନ୍ଦରରେ ହେଲା ଭବ୍ୟ ସ୍ୱାଗତ । ଏୟାରପୋର୍ଟରୁ ସିଧା ନବୀନ ନିବାସ ଗଲେ ନୀତିଶ କୁମାର । ଏହି ସମୟରେ ରାଜନୈତିକ ଆଲୋଚନା ସହ ସେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ନେଇ ରହିଛି ସୂଚନା ।
ସୂଚନା ଅନୁସାରେ, ଆଜି ପ୍ରାୟ ୧ ଘଣ୍ଟା ଧିରି ଉଭୟଙ୍କ ମଧ୍ୟରେ ଆଲୋଚନା ହେବ । ନବୀନ ନିବାସରେ ନବୀନଙ୍କ ସହିତ ସାକ୍ଷାତ କରି ମଧ୍ୟାହ୍ନ ଭୋଜନ ସାରି ସଂଧ୍ୟାରେ ଫେରି ଯିବେ ନୀତିଶ କୁମାର । ତେଣୁ ନବୀନଙ୍କ ସହ ଭେଟଘାଟ୍ ରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତୃତୀୟ ସାମ୍ମୁଖ୍ୟ ନେଇ ନୀତିଶ-ନବୀନଙ୍କ ମଧ୍ୟରେ ହେବ କି ଗୁପ୍ତ ଆଲୋଚନା ? ବିଜେପି ବିରୋଧୀ ମେଣ୍ଟ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଛି ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଦବାଦୀ ପାର୍ଟି ମୁଖ୍ୟଙ୍କ ସମେତ ତୁଙ୍ଗ ବାମପନ୍ଥୀ ନେତାଙ୍କ ସହ ଭେଟିଥିଲେ ବିହାରର ମୁଖ୍ୟମନ୍ତ୍ରୀ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁତା ଖୁବ ପୁରୁଣା ।












Click it and Unblock the Notifications