କର୍ଣ୍ଣାଟକ ଉପ ନିର୍ବାଚନରେ ୩ ବିଧାନସଭା ଆସନରେ କଂଗ୍ରେସର ବଡ ବିଜୟ, ହାରିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ
କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସ ୩ଟି ଯାକ ବିଧାନସଭାରେ ଅନୁଷ୍ଠିତ ଉପ ନିର୍ବାଚନରେ କ୍ଲିନ ସୁଇପ କରିଛି। ଅର୍ଥାତ ଦଳ ୩ଟି ଯାକ ଆସନରେ ବିଜୟୀ ହୋଇଛି। ଶିଗଗାଓଁ, ଚନ୍ନାପାଟନା ଓ ସାନ୍ଦୁର ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜୟ ବାନ ଉଡ଼ାଇଛି କଂଗ୍ରେସ। ଆଜି ଭୋଟ ଗଣତି ଆରମ୍ଭରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୩ଟି ଯାକ ଆସନରେ ଲିଡ୍ କରିଥିଲା।

ହେଲେ ଗଣତି ଆଗକୁ ବଢ଼ିବା ସହ ମେଣ୍ଟକୁ ପରାସ୍ତ ହେବାକୁ ପଡ଼ିଛି। ୩ ଆସନ ମଧ୍ୟରୁ ଦୁଇଟିରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ବସବରାଜ ବୋମାଇଙ୍କ ପୁଅ ଲଢ଼ୁଥିଲେ। କିନ୍ତୁ ଉଭୟଙ୍କୁ ପରାସ୍ତ ହେବାକୁ ପଡ଼ିଛି।












Click it and Unblock the Notifications