ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍: ଆବେଦନ କଲେଣି ୯୨ ଲକ୍ଷ, ଏହି ଦିନ ଆସିବ ଟଙ୍କା

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଅପଡେଟ୍ । କେବେ ସୁଭଦ୍ରା କିସ୍ତି ମିଳିବ ସେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, "୨ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି, ପାଖାପାଖି ୯୨ ଲକ୍ଷ ଲୋକ ଆବେଦନ କରିଥିବା ନେଇ ସେତେବେଳେ ଜାଣିବାକୁ ପାଇଥିଲି ।

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

Subhadra Yojana

e kyc ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହୋଇ ପୁଣି ଲୋକଙ୍କୁ ଦିଆଯିବ । ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ । ପ୍ରଥମ ଥରରେ 25 ଲକ୍ଷ 11 ହଜାର ଲୋକଙ୍କ ପାଖରେ ଆମେ ପହଞ୍ଚି ପାରିଛୁ । ଖୁବଶୀଘ୍ର କୋଟିଏ ଲୋକଙ୍କ ପାଖେ ପହଞ୍ଚିବୁ । କେହି ବ୍ୟସ୍ତ ବିବ୍ରତ କିମ୍ବା ଧୌର୍ଯ୍ୟ ହରାନ୍ତୁ ନାହିଁ । ଆଜିର ସ୍ଥିତି ମାର୍ଚ୍ଚ 8 ତାରିଖ ପରେ ଆଉ ରହିବ ନାହିଁ । ପ୍ରଥମ ଥର ତେଣୁ ଟିକେ କଷ୍ଟ ହେଉଥିବ । ପ୍ରଥମ କିସ୍ତି ପାଇବେ ପାଇବା ପରେ ଆଉ ଏଭଳି ସ୍ଥିତି ରହିବ ନାହିଁ ବୋଲି ସେ କହିଛନ୍ତି । ତେଣୁ ମାର୍ଚ୍ଚ ୮ ତାରିଖରେ ସମସ୍ତେ ଏକା ସାଙ୍ଗରେ ୨ୟ କିସ୍ତି ପଇସା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଆବେଦନ ପ୍ରକ୍ରିୟା
ହିତାଧିକାରୀଙ୍କୁ ଚିହ୍ନଟ:
କ) ସମସ୍ତ ଯୋଗ୍ୟ ମହିଳା ଆବେଦନକାରୀ ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିବା ଆବଶ୍ୟକ ।

ଖ) ଆବେଦନଗୁଡିକ ଏକ ମୁଦ୍ରିତ ଫର୍ମ ପୁରଣକରି ଅଫଲାଇନ୍ ତଥା ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ କରାଯାଇପାରିବ ।

ଗ) ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ତଥା ULB କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ ।

ଘ) ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର (MSK) / ସାଧାରଣ ସେବା କେନ୍ଦ୍ର (CSC) ରେ ଦାଖଲ କରିବାକୁ ପଡିବ।

ଙ) ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଏବଂ ଆଧାରରେ କୌଣସି ଅସଙ୍ଗତି ଥିଲେ, ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

ଚ) ସଂଗୃହୀତ ସମସ୍ତ ଆବେଦନକୁ ସରକାରଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ୍ ସହିତ ଯାଞ୍ଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ କ୍ଷେତ୍ର ଅନୁସନ୍ଧାନ ମାଧ୍ୟମରେ ଯାଞ୍ଚ କରାଯିବ ।

ଛ) ସମସ୍ତ ଆବେଦନକାରୀ "ସୁଭଦ୍ରା" ଅଧୀନରେ ଯୋଗ୍ୟ ବିବେଚିତ ହେବାପାଇଁ ନିଜକୁ ନିଜେ ପ୍ରମାଣିତ କରିବେ, ଏଥିପାଇଁ ଆବଶ୍ୟକ ଘୋଷଣାନାମା ଦେବେ ଏବଂ e-KYC ଆବଶ୍ୟକତାକୁ ପୂରଣ କରିବେ । e-KYC ପାଇଁ, ଚେହେରା-ପ୍ରାମାଣିକରଣ (face-authentication) ସବୁଠୁ ପସନ୍ଦଯୋଗ୍ୟ ମାଧ୍ୟମ ହେବ । ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବର ପ୍ରଦାନ କରି ସୁଭଦ୍ରା ମୋବାଇଲ୍ ଆପ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦନ କରିପାରିବେ ।

ଜ) ଜଣେ ହିତାଧିକାରୀ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଓଡ଼ିଶାରେ ଥିବା ତାଙ୍କ ସାଥୀ ଅନ୍ୟ ସମକ୍ଷକ ଭଉଣୀମାନଙ୍କ ସଶକ୍ତିକରଣ ଏବଂ କଲ୍ୟାଣକୁ ସମର୍ଥନ କରିବା ପାଇଁ ସ୍ଵ-ଇଛାରେ ସୁଭଦ୍ରାରୁ ବାହାରିବା ପାଇଁ ଚୟନ କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+