ସୁଭଦ୍ରା ଯୋଜନାକୁ ନେଇ ସକାଳୁ ଆସିଲା ବଡ ଅପଡେଟ; ଅକ୍ଟୋବର ୯ରେ ବି ଏହି ମହିଳାଙ୍କୁ ମିଳିବନି ୫ ହଜାର ! ଲିଷ୍ଟରୁ କଟିଲା ନାମ
ସୁଭଦ୍ରା ଯୋଜନାକୁ ନେଇ ସକାଳୁ ଆସିଲା ବଡ ଅପଡେଟ। ଅକ୍ଟୋବର ୯ରେ ଆସିବ ବାକି ହିତାଧିକାରୀଙ୍କୁ ଟଙ୍କା । ଯେଉଁମାନେ ପୂର୍ବରୁ ଆପ୍ଲାଏ କରିଥିଲେ କିନ୍ତୁ ଟଙ୍କା ପାଇନଥିଲେ ସେମାନଙ୍କ ଆକାଉଣ୍ଟକୁ ଦଶହରା ପୂର୍ବରୁ ୫ ହଜାର ଟଙ୍କା ଆସିବ ।
୯୬ ଲକ୍ଷ ହିତାଧିକାରୀ ଏଥିପାଇଁ ଆବେଦନ କରିଥିବା ବେଳେ ୪୦ ଲକ୍ଷରୁ ଅଧିକ ହିତାଧିକାରୀ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇବେ । ସେପ୍ଟେମ୍ୱର ୧୭ରେ ପ୍ରଧାନମନ୍ତ୍ରୀ ପ୍ରଥମ କିସ୍ତି ପ୍ରଦାନ କରିଥିବା ବେଳେ ବାରିପଦାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ହାତରେ ପ୍ରଦାନ କରିବେ ।
କାର କିମ୍ବା ଟ୍ରାକ୍ଟର ପରି ଚାରି ଚକିଆ ଯାନର ମାଲିକମାନେ ଆବେଦନ କରିପାରିବେ ନାହିଁ । ଜଳସେଚିତ ଜମି ୫ ଏକରରୁ ଅଧିକ ଥିଲେ ଅଯୋଗ୍ୟ । ଅଣଜଳସେଚିତ ଜମି ୧୦ ଏକରରୁ ଅଧିକ ଥିଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି
ମହିଳାଙ୍କୁ ରାଜ୍ୟ ସରକାରଙ୍କ ଦଶହରା ଭେଟି । ଆସନ୍ତା ୯ ତାରିଖରେ ମିଳିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ ସୂଚନା ଦେଇଛନ୍ତି । ବାରିପଦାରୁ ଏହି ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ।

କେଉଁମାନେ ଏହି ଯୋଜନାର ଲାଭ ଉଠାଇପାରିବେ? କେଉଁମାନେ ଏଥିରୁ ବାଦ୍ ପଡ଼ିବେ, ସେ ବିଷୟରେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଆସି ସାରିଛି । ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାରୁ ଉପକୃତ ହେବେ ଓ କେଉଁମାନେ ବାଦ୍ ପଡ଼ିବେ?
ଯୋଗ୍ୟତା
ଏହି ଯୋଜନାର ଲାଭ ପାଇବା ପାଇଁ ସମସ୍ତ ମହିଳା ହିତାଧିକାରୀ ନିମ୍ନଲିଖିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଆବଶ୍ୟକ:
- କ. ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ ।
- ଖ. ଆବେଦନକାରୀ NFSA / SFSS ଅନ୍ତର୍ଭୁକ୍ତ ହୋଇଥିବେ । NFSA / SFSS ରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରି ପାରିବେ, ଯଦି ତାଙ୍କ ପରିବାରର ବାର୍ଷିକ ଆୟ ଟ.୨.୫୦ ଲକ୍ଷରୁ (କେବଳ ଦୁଇ ଲକ୍ଷ ଏବଂ ପଚାଶ ହଜାର ଟଙ୍କା) ଅଧିକ ହୋଇନଥିବ ।
- ଗ. ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ, ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ ୨୧ ବର୍ଷ କିମ୍ବା ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଉଚିତ୍ । ଆଧାର କାର୍ଡରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ।
- ଘ. ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଧାର୍ଯ୍ୟ ତା. ୦୧.୦୭ .୨୦୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା'ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୭.୧୯୬୪ ଠାରୁ ୦୧.୦୭.୨୦୦୩ ପର୍ଯ୍ୟନ୍ତ ହେବା ଉଚିତ୍ ।
- ଙ. ୨୦୨୪-୨୫ ପାଇଁ ଯଦି ଜଣେ ମହିଳା ୦୧.୦୭.୨୦୨୪ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ, ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ତାଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ । ସେହିପରି ଯେଉଁ ମହିଳା ୦୧.୦୭.୨୦୨୪ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ।
ଅଯୋଗ୍ୟତା
ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:
କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।
ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :
୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।
୨. ଆୟକର ଦେଉଥିବେ ।
୩. ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)
୪. ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।
୫. ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।
୬. ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।
ଗ. ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ।
(ବି:ଦ୍ର: ଏହି ଯୋଜନା ପାଇଁ, ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ଯ ସୁରକ୍ଷା ଆଇନ / ରାଜ୍ୟ ଖାଦ୍ଯ ସୁରକ୍ଷା ଯୋଜନା (NFSA / SFSS) ରେ ପରିଭାଷିତ ଥିବା ପରିବାର କୁ ବୁଝାଏ )












Click it and Unblock the Notifications