ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଅପଡେଟ୍‌, ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ....

ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଚେତାବନୀ । ଯଦି ଆପଣ ମଧ୍ୟ ପ୍ରଧାନ ମନ୍ତ୍ରୀ ଗରିବ ରାସନ ଯୋଜନାର ହିତାଧିକାରୀ, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ । କାରଣ ବିଭାଗ ଅନେକ ଲୋକଙ୍କ ରାସନକୁ ଖୁବ୍ ଶୀଘ୍ର ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି । ଯେଉଁମାନେ ମାଗଣା ରାସନ ପାଇଁ ଯୋଗ୍ୟ ବିବେଚିତ ନୁହଁନ୍ତି ସେମାନଙ୍କ ରାସନ କାର୍ଡ଼ କଟିବା ନେଇ ଫାଇଲ ପ୍ରସ୍ତୁତ ହେଉଛି ।

ଭାରତ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଅଭାବୀ ଲୋକଙ୍କୁ ଅତି କମ୍ ଦରରେ ରାସନ ଯୋଗାଉଛନ୍ତି। ସରକାରଙ୍କ ସ୍ୱଳ୍ପ ମୂଲ୍ୟର ରାସନ ଯୋଜନାର ଫାଇଦା ନେବାକୁ ଲୋକଙ୍କ ପାଖରେ ଏକ ରାସନ କାର୍ଡ ରହିବା ଆବଶ୍ୟକ। କିନ୍ତୁ ରାସନ କାର୍ଡଧାରୀଙ୍କ ପାଇଁ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Big update for ration card holders

୧ ନଭେମ୍ବରରୁ ଏହାକୁ ପୂରଣ ନ କରୁଥିବା ହିତାଧିକାରୀଙ୍କ ରାସନ ହୋଇଯିବ ବନ୍ଦ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ, ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଇ-କେୱାଇସି କରିବା ଆବଶ୍ୟକ। ଖାଦ୍ୟ ଏବଂ ଜନ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହା ସମ୍ପର୍କରେ ସୂଚନା ପୂର୍ବରୁ ପ୍ରକାଶ ପାଇଥିଲା।

କିନ୍ତୁ ଏହା ସତ୍ତ୍ୱେ ଅନେକ ରାସନ କାର୍ଡଧାରୀ ଏହା ବର୍ତ୍ତମାନ ସୁଦ୍ଧା କରି ନାହାନ୍ତି। ଯେଉଁମାନେ ଇ- କେୱାଇସି ପ୍ରକ୍ରିୟା ସମାପ୍ତ କରିନାହାନ୍ତି ସେମାନଙ୍କର ରାସନ ବନ୍ଦ ହେବ। ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଇ-କେୱାଇସି ପାଇଁ ଶେଷ ତାରିଖ ୩୧ ଅକ୍ଟୋବର ଭାବରେ ସ୍ଥିର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+