ଏସଟିଏଫକୁ ବଡ଼ ସଫଳତା; କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ଏସଟିଏଫକୁ ବଡ଼ ସଫଳତା । ଦେବଗଡ଼ ଜିଲ୍ଲାରେ ଚଢ଼ଉ କରି ୧ ଟନ୍ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ । ରିଆମାଳ ଥାନା ବଞ୍ଜାରୀ ଗାଁର ଏକ ଷ୍ଟକ ୟାର୍ଡରୁ ଜବତ ହୋଇଛି ୧ ଟନ୍ ଗଞ୍ଜେଇ। ଏକ ଟ୍ରକରୁ ୮୭ଟି ଗଂଜେଇ ଭର୍ତ୍ତି ଅଖା ଜବତ କରିଥିଲା STF। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ।

ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସ୍‌ଟିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବଞ୍ଜାରୀ ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୩ଟି ଗାଡ଼ିରେ ଲୋଡ୍‌ ହୋଇଥିବା ପ୍ରାୟ ଏକ ଟନ୍‌ ଓଜନର ଗଞ୍ଜେଇ ଜବତ କରିଥିଲା। ଏଥିସହ ୩ଟି ଗାଡ଼ିକୁ ମଧ୍ୟ ଜବତ କରିଥିଲା। ଗଞ୍ଜେଇ କାରବାର ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌।

ganja seized worth Rs 4 crores

ଗିରଫ ୪ ଜଣଙ୍କ ଭିତରୁ ସମ୍ୱଲପୁର ଜିଲ୍ଲାର ଆଶିଷ ବାରିକ ହେଉଛନ୍ତି ଜଣେ ପେଶାଦାର ଗଞ୍ଜେଇ ମାଫିଆ। ଅନ୍ୟ ଅଭିଯୁକ୍ତମାନେ ହେଲେ ବରଗଡ଼ର ସୁବାସ ସିକଦାର, ଅନୁଗୋଳ ଜିଲ୍ଲାର ରତ୍ନା କିଶୋର ସାହୁ ଓ ସମିତି ନାୟକ। ଜବତ ହୋଇଥିବା ଗଞ୍ଜେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେବା ପାଇଁ ଗାଡ଼ିରେ ଲୋଡ୍‌ ହୋଇ ରଖାଯାଇଥିଲା। ହେଲେ ଚାଲାଣ ପୂର୍ବରୁ ସେହି ଗଞ୍ଜେଇକୁ ଜବତ କରିଛି ଏସ୍‌ଟିଏଫ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+