ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଟଳିଲେ ଦୁଇ ମାଓବାଦୀ

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଟଳିଲେ ଦୁଇ ମାଓବାଦୀ । ଛତିଶଗଡର କାଭରଗଟ୍ଟା ଜଙ୍ଗଲେ ଏନକାଉଣ୍ଟରରେ ଦୁଇ ମାଓବାଦୀ ପ୍ରାଣ ହରାଇଛନ୍ତି ।

Maoists

ରିପୋର୍ଟ ଅନୁସାରେ, କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ଦୁଇ ଟପ୍ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀ ହେଲେ ପ୍ରଦୀପ ଏବଂ ଭୀମା । ଉଭୟେ ଅନେକ ହିଂସାକାଣ୍ଡରେ ସାମିଲ ଥିଲେ ।

ତେବେ କମ୍ବିଂ ବେଳେ ପୋଲିସ ଅନେକ ଗୁଳିଗୋଳା ଜବତ କରିଛି । ଘଟଣାସ୍ଥଳରୁ ଏକେ-୪୭, ପିସ୍ତଲ, ଗୁଳି ଏବଂ ବିସ୍ଫୋରକ ଜବତ ହୋଇଛି । ଏବେବି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+