ଅକ୍ଟୋବରରେ ଆସୁଛି ବଡ ବାତ୍ୟା, ସତର୍କ କରାଇଲେ ଆଇଏମଡି ଡିଜି

ଚଳିତ ବର୍ଷ ବହୁଦିନ ଧରି ମୌସୁମୀ ବର୍ଷା ଲାଗି ରହିଛି। ଇତିମଧ୍ୟରେ ବଙ୍ଗୋପସାଗରରେ ୧୫ରୁ ଊର୍ଦ୍ଧ୍ୱ ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ଆଗକୁ ପ୍ରାକୃତିକ ଦୁର୍ବିପାକର ସଙ୍କେତ ଦେଉଛି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓଡ଼ିଶା ସହ ପୂର୍ବ ଭାରତୀୟ ରାଜ୍ୟଗୁଡିକୁ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଥିବାରୁ ଲୋକଙ୍କ ମନରେ ବାତ୍ୟା ନେଇ ଛନକା ପଶିଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲା-ନିନା ପ୍ରଭାବରେ ବାତ୍ୟା ସଙ୍ଗଠିତ ହେବା ଆଶଙ୍କା ଅଧିକ ରହିଛି। ବିଶେଷକରି ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ହେଉଛି ଓଡ଼ିଶା ପାଇଁ ବାତ୍ୟାର ସମୟ। ତେଣୁ ଏହି ସମୟରେ ଲା-ନିନା ସୃଷ୍ଟି ହେଲେ ବାତ୍ୟା ଆସିଥାଏ। ତେବେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ରୂପ ନେଇନାହିଁ। ୧୫ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଲା-ନିନା ପ୍ରଭାବରେ ଏହା ଅଧିକରୁ ଅଧିକ ବିଳମ୍ବ ହେବ।

MD DG warns

ଏଡାଇ ଦିଆଯାଇ ନ ପାରେ ବୋଲି ଡିଜି କହିଛନ୍ତି। ସେହିପରି ୧୫ ଦିନ ଆଗରୁ ବାତ୍ୟାର ପୂର୍ବାନୁମାନ କରାଯାଇପାରିବ ଏବଂ ଓଡ଼ିଶାରେ ଏନେଇ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଇଏମ୍‌ଡି ଓ ଅନ୍ୟ ଘରୋଇ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥାଗୁଡିକର ଆକଳନ ଅନୁଯାୟୀ, ଲା-ନିନା ସେପ୍ଟେମ୍ବର ଶେଷରେ ସକ୍ରିୟ ହୋଇପାରେ, ଯାହା ଅକ୍ଟୋବରରେ ବାତ୍ୟା ଗଠନକୁ ସହଜ କରିବ। ନ୍ୟାଶନାଲ୍‌ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟର ଆଡ୍‌ମିନିଷ୍ଟ୍ରେଶନ୍‌(ଏନ୍‌ଓଏଏ) ସଂସ୍ଥାର ଆନୁମାନିକ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଲା-ନିନାର ସମ୍ଭାବନା ୭୧% ରହିଛି। ବିଶ୍ବ ପାଣିପାଗ ସଂସ୍ଥାନ (ଡବ୍ଲ୍ୟୁଏମ୍‌ଓ)ର ଆକଳନ ଅନୁଯାୟୀ ଏହି ଅବଧିରେ ଲା-ନିନାର ସମ୍ଭାବନା ୬୦% ରହିଛି, ଯାହା ତାପମାନ ଉପରେ ପ୍ରଭାବ ପକାଇବା ସହ ବାତ୍ୟା ବୃଦ୍ଧି ଘଟାଇପାରେ।

ଲା-ନିନା ହେଉଛି ଏକ ଜଳବାୟୁ ପ୍ରକ୍ରିୟା। ପ୍ରଶାନ୍ତ ମହାସାଗରରେ ପାଣି ସାଧାରଣ ତାପମାତ୍ରାଠାରୁ ଅଧିକ ଥଣ୍ଡା ହେଲେ ଲା-ନିନା ସ୍ଥିତି ସୃଷ୍ଟି ହୁଏ। ଏହାଦ୍ବାରା ପ୍ରଶାନ୍ତ ମହାସାଗରରୁ ଗରମ ବାୟୁ ଓ ଜଳ ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଭାରତ ମହାସାଗରରେ ପ୍ରବେଶ କରେ। ଏହା ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ କରିଥାଏ। ଭାରତରେ ମୌସୁମୀ ସକ୍ରିୟ ଥିବାରୁ ଏହା ବାତ୍ୟାକୁ ଆକର୍ଷିତ କରିଥାଏ। ଲା-ନିନା ପରିସ୍ଥିତି ସଙ୍ଗଠିତ ହେଲେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାକୁ ବଳ ଯୋଗାଇବା ସହ ଏହାର ତୀବ୍ରତାକୁ ବୃଦ୍ଧିରେ ସହାୟକ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+