ଅଧାରାସ୍ତାରେ ଅଟକିଲା ଟ୍ରେନ୍: ଟ୍ରାକରେ ଖସିଲା ପଥର ଓ ମାଟି ଅତଡ଼ା
କୋରାପୁଟ: ରେଳ ଧାରଣାରେ ପଥର, ଟ୍ରେନ ଚଳାଚଳ ବନ୍ଦ । ଅଧାରାସ୍ତାରେ ଅଟକିଛି ଏକ୍ସପ୍ରେସ୍ । କୋରାପୁଟ ମାନବର ଓ ଜରଟି ଷ୍ଟେସନ ମଝିରେ ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ । ରେଳ ଧାରଣାରୁ ପଥର ଓ ମାଟି ହଟାଇବା ପାଇଁ ଉଦ୍ୟମ ଚାଲିଛି ।
ସୂଚନା ଅନୁସାରେ, କୋରାପୁଟ ମାବାରରରୁ ଜରଟି ଷ୍ଟେସନ ମଧ୍ୟରେ ଥିବା ପାହାଡ଼ରୁ ରବିବାର ସକାଳେ ହଠାତ୍ ମାଟି ଅତଡ଼ା ଏବଂ ପଥର ଖସିଥିଲା । ଯାହାଫଳରେ ଟ୍ରେନ୍ ଚଳାଚଳା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଧାରାସ୍ତାରେ ଅଟକି ରହିଛି ।
ଉଭୟ ମାଟି ଓ ପଥର ରେଳଓ୍ୱେ ଟ୍ରାକରେ ପଡିରହିଥିଲା । ଏହାର ପ୍ରଭାବରେ ନିକଟସ୍ଥ ଷ୍ଟେସନରେ ମଧ୍ୟ ପଡିଛି । କିଛି ଟ୍ରେନ୍ ବିଳମ୍ବରେ ଯାତ୍ରା କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି । ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଧାରାସ୍ତାରେ ଅଟକି ରହିଛି ।
ସଂପୃକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଉ ଆଗକୁ ଯାଇନପାରି କୋରାପୁଟ ଷ୍ଟେସନରେ ଅଟକି ରହିଛି ଜଗଦଲପୁର - ବିଶାଖାପାଟଣା ସମଲେଶ୍ଵରୀ ଏକ୍ସପ୍ରେସ । ରେଳ ଧାରଣାରୁ ପଥର ଓ ମାଟି ହଟାଇବା ପାଇଁ ଉଦ୍ୟମ ଚାଲିଛି ।
ଗତକାଲି ହମସଫର ଏକ୍ସପ୍ରେସରେ ନିଆଁ ଲାଗିଥିଲା । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ । ତିରୁଚିରାପଲ୍ଲୀ-ଶ୍ରୀ ଗଙ୍ଗନଗର ହୁମସାଫର ଏକ୍ସପ୍ରେସରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ପ୍ରଥମେ ଜେନେରେଟରରେ ନିଆଁ ଲାଗିଥିଲା । ପରେ କ୍ରମଶଃ ବଗିରେ ନିଆଁ ବ୍ୟାପିଯାଇଥିଲା । ଫଳରେ ବଗିରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଟ୍ରେନ୍ କୁ ଜରୁରୀକାଳୀନ ପରିସ୍ଥିତିରେ ଅଟକାଯାଇଥିଲା । ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇଯାଇଥିଲେ ।
ଗତ ମାସରେ ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ରମେଶ୍ୱରମ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଅଗଷ୍ଟ 26 ରେ ଲକ୍ଷ୍ନୌରୁ ରାମେଶ୍ୱରମ୍ ଯାଉଥିବା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଦୁର୍ଘଟଣାରେ ଅତି କମରେ 10 ଜଣଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications