ବଡ ଦିନ ଏବଂ ନୂଆବର୍ଷ ପାଇଁ କମିଶନରେଟ ପୋଲିସର ବଡ ପଦକ୍ଷେପ, ଜିରୋ ନାଇଟ ଉପରେ କଡା ନଜର
ଭୁବନେଶ୍ୱର: ଆସନ୍ତାକାଲି ବଡ ଦିନ । ଆଉ କିଛି ଦିନ ପରେ ନୂଆ ବର୍ଷ । ବଡ ଦିନ ଓ ଜିରୋ ନାଇଟ ପାଇଁ କମିଶନରେଟ୍ ପୋଲିସ ସ୍ଵତନ୍ତ୍ର ଗାଇଡଲାଇନ୍ କରିଛି । ଡ୍ରଙ୍କ ଆଣ୍ଡ ଡ୍ରାଇଭକୁ ଆହୁରି ଜୋରଦାର କରାଯିବ ବୋଲି ନିଷ୍ପତ୍ତି ନେଇଛି । ଏ ନେଇ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।
କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି । ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଅଧିକ ନଜର ରଖିବ । ଆସନ୍ତାକାଲି ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।
ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ଵରର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ । ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ ।

ଏଥିସହିତ ଜିରୋ ନାଇଟ ପାଳନ କରୁଥିବା ସ୍ଥାନଗୁଡିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯିବ । ଜିରୋ ନାଇଟ ଉପରେ କଡା ନଜର ରଖିଛି କମିଶନରେଟ୍ ପୋଲିସ । ଯେଉଁ ଯେଉଁଠି ସେଲିବ୍ରେସନ ହେବ ସେମାନଙ୍କ ପାଇଁ ଗାଇଡ ଲାଇନ୍ ଦିଆଯାଇଛି । ହୋଟେଲ ବାର ଗୁଡ଼ିକରେ ଆବଶ୍ୟକ ମୁତାବକ ଲୋକଙ୍କୁ ପ୍ରବେଶ କରାଯିବ । ଆଗକୁ ଆହୁରି ସବୁଠି ଚେକିଙ୍ଗ ଜୋରଦାର କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଆସନ୍ତାକାଲି ହେଉଥିବା ବଡ ଦିନ ଉପଲକ୍ଷେ ବିଭିନ୍ନ ଚର୍ଚ୍ଚରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ସେଠାରେ ଯେପରି କୈଣସି ଅସୁବିଧା ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । ରବିବାର ରାତିରୁ ଗହଳି ବହୁତ୍ ହେବ ତେଣୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।












Click it and Unblock the Notifications