ସେବା କ୍ଷେତ୍ର ପାଇଁ ବଡ ପଦକ୍ଷେପ, ଆଜି ୪୨୮ଟି ୧୦୮ ଆମ୍ବୁଲାନ୍ସକୁ କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆମ୍ବୁଲାନ୍ସ ସେବାରେ ନୂଆ କରି ଆଉ ୪୨୮ଟି ୧୦୮ ଆମ୍ବୁଲାନ୍ସ ଯୋଡ଼ିହେବ । ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ଉତ୍ସର୍ଗ କରିବେ । ପ୍ରଥମେ ଦଫାରେ ୧୫୦ଟି ନୂଆ ଆମ୍ବୁଲାନ୍ସ ରୋଗୀଙ୍କୁ ସେବାରେ ଲାଗିବ । ରାଜ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉ ଥିବା ଇଏମ୍ଆରଆଇ ଗ୍ରୀନ୍ ହେଲଥ୍ ସର୍ଭିସେସ୍ ପାଖରେ ବର୍ତ୍ତମାନ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ ଜନନୀ ଏକ୍ସପ୍ରେସ୍ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ରାଜ୍ୟରେ ଅଚଳ ଥିବା ୧୦୮ ଆମ୍ବୁଲାନ୍ସ ଗୁଡ଼ିକ ପରିବର୍ତ୍ତନ କରାଯାଇଛି । ସେହି ସ୍ଥାନରେ ନୂଆ ଆମ୍ବୁଲାନ୍ସ ସାମିଲ କରାଯାଇଛି ।













Click it and Unblock the Notifications