ଶିମିଳିପାଳ ସୁରକ୍ଷା ପାଇଁ ବଡ ପଦକ୍ଷେପ, ଜଙ୍ଗଲ ଭିତରେ ଲାଗିବ AI କ୍ୟାମେରା
ଶିମିଳିପାଳରେ ଲାଗିବ AI କ୍ୟାମେରା । ଅବାଧ ଶିକାର ଉପରେ ଲାଗିବ ରୋକ୍, ସୁରକ୍ଷିତ ରହିବ ଜଙ୍ଗଲ । ପ୍ରଥମ ଥର ପାଇଁ ଶିମିଳିପାଳରେ ଲାଗିବାକୁ ଯାଉଛି AI କ୍ୟାମେରା। ୩୬୦ ଡିଗ୍ରୀ ମୁଭମେଣ୍ଟରେ ଜଙ୍ଗଲ ଭିତରର ପ୍ରତିଟି ଦୃଶ୍ୟ କଏଦ ହେବ କ୍ୟାମେରାରେ। ଶିକାରୀ ହୁଅନ୍ତୁ ବା ଅନ୍ୟ କିଛି ସନ୍ଦିଗ୍ଧ କାରବାର... ସବୁ ଧରିବ କ୍ୟାମେରା।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଟିମ୍ ବା STR ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ଅଭୟାରଣ୍ୟର ୨୭ଶହ ୫୦ ବର୍ଗ କିଲୋମିଟର ଭିତରେ ୨ ଶହରୁ ଅଧିକ ଟାୱାର ବସିବ। ଯେଉଁଥିରେ ଲାଗିବ ଉଚ୍ଚକ୍ଷମତା ସମ୍ପନ୍ନ ରିଅଲ ଟାଇମ ଥର୍ମାଲ କ୍ୟାମେରା। ପ୍ରତି ୧୫ କିମିରୁ ୨୦ କିମି ଦୂରତାରେ ଲାଗିବ ଏହି AI ଟାୱାର। ଭାରତରେ ପ୍ରଥମ ଥର ପାଇଁ ଶିମିଳିପାଳରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା କହିଛନ୍ତି ଶିମିଳିପାଳ ଡେପୁଟି ଡାଇରେକ୍ଟର।
ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ବେଶ ସହାୟକ ହୋଇପାରିବ ଏହି AI କ୍ୟାମେରା ବ୍ୟବସ୍ଥା। ଏହାକୁ କାର୍ଯ୍ୟକାରୀ କରିବାକୁ ଭଞ୍ଜପୁର କାର୍ଯ୍ୟାଳୟରେ ରହିଛି କଣ୍ଟ୍ରୋଲ ରୁମ। କୌଣସି ଜାଗାରେ ଶିକାର ହେଲେ କିମ୍ବା ନିଆଁ ଲାଗିଲେ ତୁରନ୍ତ STR ଟିମ୍ କୁ ନୋଟିଫିକେସନ ଆସିବ, ଯାହାଫଳରେ ସେମାନେ ତ୍ବରିତ ପଦକ୍ଷେପ ନେଇପାରିବେ।












Click it and Unblock the Notifications