ହାତୀ ସୁରକ୍ଷା ପାଇଁ ବଡ ପଦକ୍ଷେପ, ୮୫ଟି ରେଞ୍ଜ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଯେଉଁ ପରିଭାବରେ ହାତୀ ମୃତ୍ୟୁ ହାର ବଢ଼ି ଚାଲିଛି ତାହା ଚର୍ଚ୍ଚାର ବିଷୟ ହୋଇ ରହିଛି । ପ୍ରତ୍ୟେକ ଦିନ ଆପଣ ଶୁଣିବାକୁ ପାଉଥିବେ କି କେଉଁଠି ନା କେଉଁଠି ହାତୀ ମୃତ୍ୟୁର ଖବର ଶୁଣିବାକୁ ପାଉଥିବା । ଗତ ୮ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ୬୯୮ ହାତୀ । ୨୦୧୫-୧୬ ରୁ ୨୦୨୩ ପର୍ଯ୍ୟନ୍ତ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି ।ସେଥି ପାଇଁ ରାଜ୍ୟ ସରକାର ହାତୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍ ଚିହ୍ନଟ ହୋଇଛି । ।

ହାତୀ ରହୁଥିବା ଅଞ୍ଚଳରେ ସେମାନଙ୍କ ଖାଦ୍ୟ ପାଇଁ କୁମ୍ବି, ଶାଳିଆ ବାଉଁଶ ଆଦି ଲଗାଯିବ । ଯାହା ଫଳରେ ହାତୀ ସେଠାରେ ରହିବେ । ସେମାନଙ୍କ ପାଇଁ ପାନୀୟ ଜଳାଶୟ ବି କରାଯିବ । ଅଧିକ ଖାଦ୍ୟ ରହିଲେ ହାତୀ ସେଠାରେ ହିଁ ରହିବେ । ଜଙ୍ଗଲରେ ତାଳ ଗଛ ଲଗାଯିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ । ଏପରି ହେଲେ ହାତୀ- ମଣିଷ ସଂଘର୍ଷ କମିଵ । ମହୁମାଛି ଶବ୍ଦ ହେଲେ, ହାତୀ ଚାଲିଯିବେ । ହେଲେ ଏହା ବଡ଼ ମାତ୍ରାରେ ପରୀକ୍ଷା କରାଯାଇନି । ବର୍ତ୍ତମାନ ବାଘ ଗଣନା ଚାଲିଛି । ତା' ପରେ ହାତୀ ଗଣନା ହେବ ।
କଳାହାଣ୍ଡିରେ ହାତୀ ଘଉଡ଼ାଇବା ସ୍କ୍ବାକୁ ରେଞ୍ଜର ଲିଡ୍ କରୁଥିଲେ । ଦୁର୍ଭାଗ୍ୟବଶତଃ ହାତୀ ଆସିବା ସମୟରେ ସେ ଦୌଡ଼ି ଯାଇ ପାରିଲେ ନାହିଁ ଓ ତାଙ୍କର ମୃତ୍ୟୁ ହେଲା ବୋଲି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ।












Click it and Unblock the Notifications