ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼,କଟିଥିବା ହିତାଧିକାରୀଙ୍କୁ ସାମିଲ୍ ପାଇଁ ବଡ଼ ପଦକ୍ଷେପ
ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଚାଲିଛି ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ୍ ପାଇଁ ବଡ଼ ପଦକ୍ଷେପ ନେବେ ସରକାର। ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ତତ୍ପରତା ଦେଖାଇଛି ବିଭାଗ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖେଯାଇଛି। ଚାରି ଚକିଆ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି ଲେଖାଯାଇଛି। ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜୀକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉ ଥରେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏବେ ଏହି ଯୋଜନା ମାଧ୍ୟମରେ କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି। ଅନେକ ଅଭିଯୋଗ ଆସିଛି ଯେ, ଚତୁରତାର ସହିତ ଅନେକ ମହିଳା ସୁଭଦ୍ରାରେ ସାମିଲ ହୋଇଛନ୍ତି। କ୍ଷୋଭର କଥା ଯେ, ଆହୁରି ଲକ୍ଷାଧିକ ମହିଳା ଅଛନ୍ତି, ଯେଉଁମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ସରକାରଙ୍କୁ ଗୁହାରି କରୁଛନ୍ତି। ସରକାରୀ ତଦନ୍ତରେ ଶିଥିଳତା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି।












Click it and Unblock the Notifications