କୋଭିଟଡ ମହାମାରୀ ନାଁରେ ମହା ଘୋଟାଲା; ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା !
ମହାମାରୀ ନାଁରେ ମହା ଘୋଟାଲା । ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା । ଯାହାକୁ ଧରିଛନ୍ତି ସିଏଜି । ରିପୋର୍ଟରେ ମୋଟ୍ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା କଥା କୁହାଯାଇଛି । ସେପଟେ ସିଏଜି ରିପୋର୍ଟ ଆସିବା ପରେ ରାଜନୀତି ତେଜିଛି ।
ଖୋର୍ଦ୍ଧା ଓ କଟକ ଜିଲ୍ଲାର ୮ଟି ଘରୋଇ କୋଭିଡ୍ ହସ୍ପିଟାଲ୍ ବିଲ୍ରେ ଏହି ଅନିୟମିତତା । କୋଭିଡ୍ ପରିଚାଳନା ବିଲ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି ।
ବିନା ବିଲ୍ ଯାଞ୍ଚରେ ଏସବୁ କୋଭିଡ୍ ହସପିଟାଲଗୁଡିକର ବିଲ୍ ପାସ୍ କରିଥିଲେ ତତ୍କାଳୀନ ବିଜେଡି ସରକାର । ତେବେ ଏ ନେଇ ସଂପୃକ୍ତ ହସପିଟାଲ୍ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । କୋଭିଡ୍ ହସପିଟାଲ୍ ବିଲ୍ ପୈଠ ଅନିୟମିତତାକୁ ନେଇ ସିଏଜି ରିପୋର୍ଟ ଆସିବା ପରେ ବିଜେଡି ସରକାରର ଘରୋଇ ହସପିଟାଲ ପ୍ରତି ଅହେତୁକ ଅନୁକମ୍ପା ପଦାରେ ପଡିଛି ।

କୋଭିଡ୍ ହସ୍ପିଟାଲ୍ ବିଲ୍ ପୈଠ ଅନିୟମିତତାକୁ ନେଇ CAG ରିପୋର୍ଟ ଆସିବା ପରେ ବିଜେଡି ସରକାରର ଘରୋଇ ହସ୍ପିଟାଲ ପ୍ରତି ଅହେତୁକ ଅନୁକମ୍ପା ପଦାରେ ପଡିଛି । ତେବେ କାହିଁକି ଏସବୁ ଘରୋଇ ହସ୍ପିଟାଲର କୋଭିଡ ପରିଚାଳନା ବିଲ୍ ଯାଞ୍ଚ ନକରି ପାସ୍ କରାଗଲା? ଏହା ପଛରେ କି ଉଦ୍ଦେଶ୍ୟ ଥିଲା? ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବାବେଳେ ଦୋଷୀଙ୍କ ବିରୋଧରେ ମୋହନ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦଳ କହିଛି।












Click it and Unblock the Notifications