ବାତ୍ୟା ଦାନାକୁ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଡ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ ହୋଇଛନ୍ତି। ବାତ୍ୟା ଆରମ୍ଭରୁ ପ୍ରାଣୀଙ୍କୁ ଖୁଆଡ଼ ବାହାରକୁ ଛଡ଼ା ନ ଯାଇ ସେମାନଙ୍କୁ ଫିଡିଂ ଚାମ୍ବରରେ ରଖାଯିବ। ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ପାନୀୟ ଔଷଧ ରଖାଯିବ।

ତାହା ସହିତ ପରିସର ମଧ୍ୟରେ ଅଧିକ ପବନ ବୋହି ଗଛ ଭାଙ୍ଗିଲେ ସେସବୁ ସଫା କରିବାକୁ କଟର ମେଶିନ ଦ୍ୱାରା କଟାଯିବ। ବିଦ୍ୟୁତ୍‌ ସଂଯୋଗ ପାଇଁ ଜେନେରେଟର ଦ୍ୱାରା ଲାଇଟ୍‌ର ବ୍ୟବସ୍ଥା, ଖୁଆଡ଼ଗୁଡ଼ିକରେ ପାଣି ଜମିଲେ ନିଷ୍କାସନ ପାଇଁ ପାଣି ମଟରର ବ୍ୟବସ୍ଥା, ବିହଙ୍ଗ ବିହାରରେ ଯେପରି ପବନ ବାଜିବନି ସେଥିନିମନ୍ତେ ପାଲ ଆବଦ୍ଧ କରାଯିବ।

nandankanan

ପୋଲିସ ପ୍ରଶାସନକୁ ମଧ୍ୟ ସଜାଗ ରହିବାକୁ ଅନୁରୋଧ କରାଯାଇଛି। କର୍ମଚାରୀଙ୍କୁ ଗ୍ରୁପ କରାଯାଇ ଖୁଆଡ଼ର ତଦାରଖ କରାଯିବ। ଯଦି ବାତ୍ୟାର ପ୍ରକୋପ ଅଧିକ ହୁଏ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ଏସ୍‌ସିଏଫ୍‌ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+