ରାଜ୍ୟରେ ନିଶା ମୁକ୍ତି ପାଇଁ ବଡ଼ ଯୋଜନା

ବେଆଇନ୍ ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ନିଶା ଦ୍ରବ୍ୟ ରୋକିବା ସଂପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଲୋକସେବା ଭବନରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।

ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ୨୦୨୫ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ତଥା ଅଦ୍ୟାବଧୂ ନିଆଯାଇଥ‌ିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ଅବକାରୀ ବିଭାଗ, ପୁଲିସ୍ ପ୍ରଶାସନ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ପରିସର ଏବଂ ସଂଲଗ୍ନ ଅଂଚଳରେ ବେଆଇନ୍ ନିଶାଦ୍ରବ୍ୟ ବିକ୍ରୟ, ସେବନ ଓ କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବିଦ୍ୟାଳୟ ମହାବିଦ୍ୟାଳୟକୁ ଡ୍ରଗ୍ ଫ୍ରି କ୍ୟାମ୍ପସ (ନିଶଦ୍ରବ୍ୟ ମୁକ୍ତ ପରିସର) କରିବା ପାଇଁ ସଚେତନ କରାଯିବା ସହିତ ନିରାପଦ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ଜିରୋ ଟଲେରାନ୍ସ ନୀତି ପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ ପିତାମାତା ଶିକ୍ଷକ, ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଧ୍ୟକ୍ଷ ଅଧ୍ଯକ୍ଷାମାନଙ୍କ ସହିତ ପୁଲିସ ପଦାଧ୍ୟାକାରୀମାନେ ମିଳିତ ଭାବେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗଠନ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

secrteriate

ପୁଲିସ ପ୍ରଶାସନ, ଅବକାରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଟାକ୍ସ ଫୋର୍ସ ମାଧ୍ୟମରେ ବ୍ୟାପକ ଚଢ଼ାଉ ଓ ସଚେତନତାକୁ ଗୁରୁତ୍ବ ଦେବାକୁ ନିର୍ଦେଶ ଦେଇଛନ୍ତି। ବିଦ୍ୟାଳୟ, ମହା ବିଦ୍ୟାଳୟ ପରିସର ଓ ସଂଲଗ୍ନ ଅଂଚଳରେ ସଚେତନତା ପାଇଁ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି।
ନିଶା ସେବନ ପ୍ରତି ଅହେତୁକ ଆକର୍ଷଣ ଯୁବ ବର୍ଗଙ୍କୁ ଗଭୀର କ୍ଷତି ପହଁଚାଉଛି। ଏହା ସାମାଜିକ, ଆଇନଶୃଙ୍ଖଳା ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ପ୍ରତି ଗଭୀର ଅନ୍ତରାୟ ସୃଷ୍ଟି କରୁଛି। ଓଡ଼ିଶାର ସୁଦୀର୍ଘ ବେଳାଭୂମି ଏବଂ ଆନ୍ତଃରାଜ୍ୟ ସୀମା ବେଆଇନ୍ ନିଶା କାରବାରକୁ ସୁହାଉଛି। ନିକଟରେ ବିଦେଶରୁ ଉଚ୍ଚ ମୂଲ୍ୟର ମାରିଜୁଆନା (ଗଞ୍ଜେଇ) ଏବଂ ହାଇଡ୍ରୋପୋନିକ୍ ମାରିଜୁଆନା (ଗଞ୍ଜେଇ) ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଜବତ ହୋଇଥିଲା। ଓଡ଼ିଶାରୁ ମଧ୍ଯ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥ‌ିବା ପ୍ରମୁଖ ପ୍ରସଙ୍ଗ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବେଆଇନ୍ ମାଦକ ଦ୍ରବ୍ୟ ଚୋରା ଚାଲାଣ ଓ ନିଶା ଦ୍ରବ୍ୟ ସେବନ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାରୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+