ଆସିଲା ବଡ ଖବର ; ବଢିଲା ଗୃହରକ୍ଷୀଙ୍କ ଭତ୍ତା, ଜାଣନ୍ତୁ କେବେ ଠାରୁ ହେବ ଲାଗୁ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଦୈନିକ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କାରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ଜାନୁଆରୀ ପହିଲାରୁ ଲାଗୁହେବ ।

ସେହିପରି ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ପରିମାଣ ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଦୈନିକ ଟ୍ରେନିଙ୍ଗ ଭତ୍ତା ପରିମାଣ ୨୮ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ମେ ପହିଲାଠାରୁ ଲାଗୁ ହେବ।












Click it and Unblock the Notifications