ଆସିଲା ବଡ ଖବର, ପୁଣି କମିଲା ସୁନା ଦର
ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ୯ ଅର୍ଥାତ୍ ବୁଧବାର କମିଛି ସୁନା ଦାମ୍ । ୧ ଲକ୍ଷ ଟଙ୍କା ଟପିବା ପରେ ଏଯାଏଁ ସୁନା ଦାମ୍ ପ୍ରାୟ ୨ ହଜାର ଟଙ୍କା କମିଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୧୮୦ ଟଙ୍କା ରହିଛି । ଗତକାଲି ୯୮,୮୪୦ ଟଙ୍କା ଥିଲା । ଏଥିରେ ୬୬୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୦,୦୦୦ ଟଙ୍କା ରହିଛି । ଗତକାଲି ୯୦,୬୦୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୬୪୦ ଟଙ୍କା ରହିଛି । ଗତକାଲି ୭୪,୧୩୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୦୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୨,୦୦୦ ଟଙ୍କା ଥିଲା ।












Click it and Unblock the Notifications