ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଡ଼ ସୂଚନା, କହିଲେ ବିଶ୍ରାମ ନେବା ପାଇଁ କହି ଆସିଥିଲି
ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବଡ଼ ସୂଚନା। ମୁଁ ତାଙ୍କୁ କାମ କମ୍ କରି ବିଶ୍ରାମ ନେବା ପାଇଁ କହି ଆସିଥିଲି। ୨୦୨୪ ସେପ୍ଟେମ୍ବରରେ ପ୍ରଥମେ ସେ ମୋ ପାଖକୁ ଆସିଥିଲେ। ଆଲକହଲ୍ ସେବନ ପାଇଁ ଲିଭର ସିରୋସିସ୍ରେ ପୀଡ଼ିତ ଥିଲେ। ପ୍ରତି ଦୁଇ ତିନି ମାସରେ ଆସି ଦେଖା କରି ଚିକିତ୍ସିତ ହୁଅନ୍ତି । ତାଙ୍କ ସପୋର୍ଟ ଷ୍ଟାଫ୍ ଆଣି ତାଙ୍କୁ ଚିକିତ୍ସା କରାଇ ନିଅନ୍ତି ।ଅନିୟମିତ ଖାଦ୍ୟ ଓ କ୍ରମାଗତ ରାତି ଅନିଦ୍ରା ପାଇଁ ସମସ୍ୟା ହୋଇଥିଲା।

୧୨ ତାରିଖରେ ଆଣିଲା ବେଳକୁ ଜ୍ବର ହୋଇଥିଲ, ଯାହା ବହୁତ ଖରାପ । ଧଇଁସଇଁ ଲାଗିବା, ଗୋଡ଼ ଫୁଲିଲେ ବି ସିରୋସିସ୍ ଆକ୍ରାନ୍ତଙ୍କ ପାଇଁ ବିପଦ । ସେ ଯାହା ବି ହେଉ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ବହୁତ ଦୁଃଖିତ ବୋଲି କହିଛନ୍ତି ଡା. ସଞ୍ଜୀବ କର ।












Click it and Unblock the Notifications