ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର ; ଏହି ମାନେ ପାଇବେ ଯୋଜନାର ଲାଭ, ଗାଇଡଲାଇନ ଜାରି କଲେ ସରକାର
ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।
୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍ ଓ ୬୦ରୁ ଅଧିକ ହୋଇଥିଲେ ଏହି ଯୋଜନା ପାଇବେନି। ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ମିଳିବନି। ସେହିପରି ବର୍ତ୍ତମାନ କିମ୍ବା ପୂର୍ବତନ ଏମ୍ପି/ବିଧାୟକ ହୋଇଥିଲେ , ଆୟକର ଦେଉଥିଲେ, ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ଏହି ଯୋଜନା ମିଳିବନି। ଏଥିସହ କେନ୍ଦ୍ର ଏବଂ ରାଜ୍ୟ ସରକାର ଚାକିରି ବା ପେନସନ ପାଇଥିଲେ ଏବଂ ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଏହି ଯୋଜନା ପାଇବେନି।
ସୁଭଦ୍ରା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ। ଅଫଲାଇନ୍ ଫର୍ମ ପୂରଣ ବା ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ।












Click it and Unblock the Notifications