ଆସିଲା ବଡ ଖବର ; ନଭେମ୍ବର ୨୬ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ
ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ। ଏହାରି ମଧ୍ୟରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିବ ବୋଲି କୁହାଯାଇଛି।

ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ। ଏହାରି ମଧ୍ୟରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଗତ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ ଯାଏ ଚାଲିଥିଲା। ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ଏହି ଅଧିବେଶନରେ ଆଉ ଦୁଇଟି କାର୍ଯ୍ୟଦିବସ ବାକି ଥିଲା। ତେବେ ଗୃହରେ କୌଣସି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିବାରୁ ଅଧିବେଶନକୁ ଶେଷ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତାହା ବାଚନିକ ଭୋଟ୍ରେ ପାରିତ ହୋଇଥିଲା।












Click it and Unblock the Notifications