ଆସିଲା ବଡ ଖବର; ମଧ୍ୟାହ୍ନ ଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ
ମଧ୍ୟାହ୍ନ ଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୨୦ ଜଣ ଛାତ୍ରୀ ଅସୁସ୍ଥ । ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ ଛାତ୍ରୀ । ଖୋଲନା ମେଡ଼ିକାଲରେ ଅସୁସ୍ଥ ଛାତ୍ରୀମାନେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ମୁତାବକ, ମଧ୍ୟାହ୍ନ ଭୋଜନ ଖାଇବା ପରେ କେତେଜଣ ଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ଅନୁଭବ କରିଥିଲେ। ପରେ ଅସୁସ୍ଥ ଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ତୁରନ୍ତ ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଖବର ପାଇ ବିଭାଗୀୟ ହସ୍ପିଟଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।












Click it and Unblock the Notifications