ଆତ୍ମହତ୍ୟା ରୋକିବାକୁ ବଡ ବୈଠକ; ପ୍ରତି ଜିଲ୍ଲାରେ ଜୀବନ ଜିନ୍ଦାବାଦ କାଯ୍ୟକ୍ରମ
ଆତ୍ମହତ୍ୟା ରୋକିବାକୁ ଲୋକସେବା ଭବନରେ ବଡ ବୈଠକ ବସିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ମୁଖ୍ୟ ଶାସନ ସଚିବ , ଡିଜିପି, ଉଚ୍ଚଶିକ୍ଷା ବିଭାଗ ସଚିବ ଉପସ୍ଥିତ ଅଛନ୍ତି ।

ପ୍ରତି ଜିଲ୍ଲାରେ କରାଯିବ ଜୀବନ ଜିନ୍ଦାବାଦ କାଯ୍ୟକ୍ରମ । ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବ । ରାଜ୍ୟରେ ବଢିଚାଲିଛି ଆତ୍ମହତ୍ୟା । ମହିଳା ହୁଅନ୍ତୁ କି ପୁରୁଷ କିଛି ନଭାବି ଆତ୍ମହତ୍ୟା କରିବାକୁ ପଛଉନାହାନ୍ତି । ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗ ସାମିଲ ହେବେ । ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ । ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେବ ।












Click it and Unblock the Notifications