Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ ବୈଠକ, ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି

ବିଜେପିର ବଡ଼ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବୈଠକ ବସୁଛି । ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ବି ସାମିଲ ହେବେ । ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ବୈଠକରେ ଆଲୋଚନା ହେବ । ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଆସି କରିଥିଲେ ବୈଠକ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ କରିଥିଲେ ରୁଦ୍ଧ ଦ୍ୱାର ଆଲୋଚନା । ଏହା ସହ ଦିନକ ତଳେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଆଜି ବୈଠକରେ କଣ ଆଲୋଚନା ହେଉଛି ତାଉପରେ ନଜର ।

bjp

ସେପଟେ ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ବଡ଼ ଦାୟିତ୍ୱ । ଆସାମ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ବୈଜୟନ୍ତ ପଣ୍ଡା ଏବେ ବିଜେପିର ଜାତୀୟ ଉପସଭାପତି ଅଛନ୍ତି । ସେହିପରି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୁସ୍ ଗୋଏଲଙ୍କୁ ତାମିଲନାଡୁ ପ୍ରଭାରୀ ନିଯୁକ୍ତ କରିଛି ଦଳ । ଦଳର ସଭାପତି ଜେପି ନଡ୍ଡା ଅନୁମୋଦନ କ୍ରମେ ବୈଜୟନ୍ତ, ପିୟୁସଙ୍କୁ ପଭାରୀ ନିଯୁକ୍ତ କରିଛି ବିଜେପି । ଆସନ୍ତା ବର୍ଷ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି ।

ବିହାରର ଏନଡିଏ ସରକାରର ମନ୍ତ୍ରୀ ଥିବା ନୀତିନ ନବୀନ ହୋଇଛନ୍ତି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ । ଭାରତୀୟ ଜନତା ପାର୍ଟି ନୀତିନ ନବୀନଙ୍କୁ ଏହି ବଡ଼ ଦାୟିତ୍ୱ ଦେଇଥିବାବେଳେ, ବିଜେପିର ସଂସଦୀୟ ବୋର୍ଡ ତାଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀ ସଭାପତି ଭାବେ ନିଯୁକ୍ତ କରିଛି । ହେଲେ ଜଣେ ଯୁବ ଚେହେରା, ବିଧାୟକରୁ ମନ୍ତ୍ରୀ ହୋଇଥିବା ନେତା, ଆଉ ଉତ୍ତମ ସଙ୍ଗଠକଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରି ବଡ଼ ସଙ୍କେତ ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପିର ସଭାପତି ହେବା ରେସରେ ଅନେକ ନେତା ଥିଲେ ବି, ନୀତିନ ନବୀନଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ବାଛି, ଦଳ ଦେଇଛି ବଡ଼ ସଙ୍କେତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+