Kanak Vardhan Singh Deo: ଆଳୁ ମିଶନ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବଡ଼ ସୂଚନା
ଆଳୁ ମିଶନ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବଡ଼ ସୂଚନା । କହିଲେ ୟୁପି ଏବଂ ପଞ୍ଜାବରୁ ଆସିବ ଆଳୁ ବିହନ।
ଶୀତଳ ଭଣ୍ଡାର ସମୀକ୍ଷା ପାଇଁ କୋଲକାତା ଯାଇଛି ଟିମ୍, ସେଠୁ ଆସିଲେ ବିସ୍ତୃତ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ ସବ୍ଡିଭିଜନରେ ଶୀତଳ ଭଣ୍ଡାର କରାଯିବ । ପୂର୍ବ ସରକାର ଆଳୁ ମିଶନରେ ଫେଲ୍ ହୋଇଥିଲା, ଆମେ ସଫଳ ହେବୁ।
ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ଅନେକ ଲୋକ ଆବେଦନ ବି କରିଛନ୍ତି। ନୂଆ ଟେକ୍ନୋଲୋଜି ଭିନ୍ନଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବା କିଭଳି ରଖାଯାଇ ପାରିବ ସେ ନେଇ ବିଭାଗ ତର୍ଜମା କରୁଛି। ଶୀତଳଭଣ୍ଡାରର ଭଡ଼ା କେମିତି ଅଧିକ ନହେବ ସେ ନେଇ ବି ତର୍ଜମା ହେଉଛି। ଉଦ୍ୟନକୃଷି ନିର୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ କୋଲକାତା ଯାଇଛନ୍ତି। ଏହି ଟିମ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ।

ରୋଷେଇଶାଳର ଅତି ଗୁରୁତ୍ବପୂର୍ଣ୍ଣ ପରିବା 'ଆଳୁ' ସଂକଟର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଉଦ୍ୟନକୃଷି ନିର୍ଦେଶକଙ୍କ ନେତୃତ୍ୱରେ ଏକ ଟିମ୍ କୋଲକାତା ଯାଇଛନ୍ତି। ଏହି ଟିମ୍ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ।












Click it and Unblock the Notifications