Get Updates
Get notified of breaking news, exclusive insights, and must-see stories!

ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ ସୂଚନା, ଫେବ୍ରୁଆରୀ ୨୮ ମଧ୍ୟରେ ପଞ୍ଜୀକରଣ କର ନ ନହେଲେ...

ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ ଯୋଜନାରୁ ବାଦ୍ ପଡିପାରନ୍ତି ।

CM Kisan

ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକତା ଯେମିତି କି ବ୍ୟାଙ୍କ୍ ଖାତା ସହ ଆଧାର ସଂଯୋଗୀକରଣ,କୃଷକ ଓଡ଼ିଶା ପୋର୍ଟାଲ୍ରେ ପଞ୍ଜୀକରଣ ଭଳି ଆବଶ୍ୟକତା ଗୁଡ଼ିକ ପୂରଣ କରିବାକୁ ହେବ । ଆଧାର ଲିଙ୍କ୍ ଥିବା ମୋବାଇଲ୍ ନମ୍ବର୍ ଜରିଆରେe-KYCସହିତ ନିକଟସ୍ଥ ଜନ ସେବା କେନ୍ଦ୍ର କିମ୍ବା ବ୍ୟକ୍ତିଗତ ସ୍ତରରେ ସିଏମ୍ ଜିଷାନ ପୋର୍ଟାଲ୍ (cmkisan.odisha.gov.in)ରେ ପଞ୍ଜୀକରଣ କରାଇବାକୁ ହେବ ।

ଅଧିକ ସୂଚନା ପାଇଁ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧି ହେଇଲାଇନ୍ ନମ୍ବର ୧୫-୫୩୩୩ରେ ଯୋଗାଯୋଗ କରି ପାରିବେ।ସୂଚନାଯୋଗ୍ୟ, କୃଷକ ହିତାଧିକାରୀ ପିଏମ କିଷାନ ଯୋଜନାରେ କିସ୍ତି ପାଇବା ସହ ରାଜ୍ୟରେ ସିଏମ କିଷାନ ଯୋଜନାରେ ମଧ୍ୟ ଉପକୃତ ହେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+