ଜାଲରେ ପଡିଲା ୧୧୦ କେଜିର ବିରାଟ ମାଛ; ୨୫ ହଜାର ଟଙ୍କାରେ ହେଲା ବିକ୍ରି
ବାଲେଶ୍ବର: ଜାଲରେ ପଡିଲା ବିଶାଳକାୟ ମାଛ । ଜାଲରେ ପଡ଼ିଲା ୧୧୦ କେଜିର ବିରାଟ ମାଛ । ମାଛଟିକୁ ୨୫ ହଜାର ଟଙ୍କାରେ ବିକ୍ରି କଲେ ପାରାଦୀପ ମତ୍ସ୍ୟଜୀବୀ । ଏହି ମାଛ ବିରଳ ଅଟେ । ସବୁ ସମୟରେ ଏହି ମାଛ ଦେଖିବାକୁ ମିଳେନାହିଁ । କେବଳ ଗଭୀର ସମୁଦ୍ରରେ ଏହି ମାଛ ସମୁଦ୍ରରେ ରହିଥାନ୍ତି ।
ପାରାଦୀପରୁ ଧରିଥିଲେ, ଦୀଘା ମାଛ ମାର୍କେଟରେ ବିକ୍ରି କଲେ ମତ୍ସ୍ୟଜୀବୀ । ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛ ପଡିଥିବା ଦେଖିବାକୁ ମିଳିଛି ।
ସୂଚନଯୋଗ୍ୟ, ଗତ ଦୁଇ ଦିନ ଧରି ପୂର୍ବ ମେଦିନପୁର ଏବଂ ଓଡିଶାରେ ବର୍ଷା ଲାଗିରହିଛି । ଆଉ ମୂଷଳଧାରରେ ବର୍ଷା ଯୋଗୁଁ ଦିଘା ମୁହାଁଣରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳକାୟ ମାଛ ପଡିଛି । ଏହି ବିଶାଳକାୟ ଭୋଲା କଉ ମାଛର ଓଜନ ପ୍ରାୟ ୧୧୦ କେଜି ହେବ ବୋଲି ଜଣାପଡିଛି ।

ତେବେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଏହି ମାଛକୁ ବିଦେଶକୁ ରପ୍ତାନୀ କରାଯାଏ । ଏହି ମାଛଟି ପାରାଦୀପ ସମୁଦ୍ରରୁ ଧରାପଡିଛି ବୋଲି ଜଣାପଡିଛି । ବିସିସି କମ୍ପାନୀ ଏହି ମାଛକୁ ୨୫,୦୦୦ ଟଙ୍କାରେ କ୍ରୟ କରିଛି ।
ଓଡିଶାର ପାରାଦୀପ ଅଞ୍ଚଳର କିଛି ମତ୍ସଜୀବୀ ଟ୍ରଲର ସାହାଯ୍ୟରେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବେଳେ ଏହି ବିଶାଳକାୟ ମାଛ ସେମାନଙ୍କ ଜାଲରେ ପଡିଥିଲା। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିଲା।












Click it and Unblock the Notifications