ବିଜେଡିରେ ହେବ ବଡ ବିସ୍ଫୋରଣ ! ପ୍ରତାପଙ୍କ ଘରେ ଏକାଠି ହେଲେ ବରିଷ୍ଠ ନେତା

ପ୍ରତାପ ଦେବଙ୍କ ଘରେ ଏକାଠି ହେଲେ ବିଜେଡି ନେତାମାନେ । ଏହାପୂର୍ବରୁ ଏକ ଘରୋଇ ହୋଟେଲ୍‌ ବି ବିଜେଡିର ବରିଷ୍ଠ ନେତାମାନେ ଏକାଠି ହୋଇ ଗୁପ୍ତ ବୈଠକ କରିଥିଲେ । ବୈଠକରେ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟଦାସ ବର୍ମା, ଦେବୀ ମିଶ୍ରଙ୍କ ଭଳି ନେତା ଏକାଠି ହୋଇଥିବା ସୂଚନା ମିଳିଛି । ବିଜେଡିରେ ଏବେ ବୈଠକ ପରେ ବୈଠକ ହେଉଛି ।

bjd

ବରିଷ୍ଠମାନେ ନବୀନଙ୍କ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ଏହି ବୈଠକ କରାଯାଉଥିବା ନେଇ ପ୍ରତିକ୍ରିୟା ଦେଉଛନ୍ତି । ତେବେ ପ୍ରତାପ ଦେବଙ୍କ ବାସଭବନରେ କେଉଁ କାରଣରୁ ବୈଠକ ବସିଛି ଓ ତୁଙ୍ଗ ନେତାମାନେ କାହିଁକି ମେଳି ବାନ୍ଧିଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଏହାପୂର୍ବରୁ ପଟିଆ ସ୍ଥିତ ହୋଟେଲରେ ବସିଥିଲା ବରିଷ୍ଠ ନେତାଙ୍କୁ ନେଇ ବୈଠକ । ବୈଠକ ବାବଦରେ କୌଣସି ବିଜେଡି ନେତା କ୍ୟାମେରା ଆଗରେ ସ୍ପଷ୍ଟ ଭାବରେ ମୁହଁ ଖୋଲୁ ନାହାନ୍ତି । ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ କିଛି ବରିଷ୍ଠ ନେତା । ମୋଟ୍‌ ଉପରେ, ୱାକଫ ବିଲ ସମର୍ଥନରେ ବିଜେଡି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+