ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର

ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର । ଆଶ୍ବସ୍ତି ପାଇବେ ଗରିବ ଛାତ୍ରଛାତ୍ରୀ । ସରକାରଙ୍କ ଅଧିନରେ ନିଯୁକ୍ତି ସଂସ୍ଥା ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ଓପିଏସସି, ଓଏସଏସସି, ଓଏସଏସଏସସି ଓ ବୋର୍ଡ଼କୁ ଚିଠି ଲେଖାଯାଇଛି ।

ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି ଫେରାଇ ଦିଆଯିବ । ଏହା ଦ୍ବାରା ଉପକୃତ ହେବେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ । ଯେଉଁମାନେ ପରୀକ୍ଷାକୁ ଗୁରୁତ୍ବର ସହ ନନେଇ ପରୀକ୍ଷା ଦେଇନଥିଲେ ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଚାକିରି ଆଶା ନେଇ ପରୀକ୍ଷା ଦେଇଥାନ୍ତି । କିନ୍ତୁ କିଛି ଗରିବ ଛାତ୍ରଛାତ୍ରୀ ଅର୍ଥ ଅଭାବ କାରଣରୁ ପରୀକ୍ଷା ପାଇଁ ଆବେଦନ କରିବାକୁ ବି ଅସମର୍ଥ ଥାଆନ୍ତି । ଖାସ୍ ଏଭଳି ଛାତ୍ରୀଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।

Big decision of the state government for conducting exams

ସବୁଠାରୁ ବଡ଼ କଥା ହେଉଛି ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ ସେମାନଙ୍କୁ ହିଁ ପରୀକ୍ଷା ଫି ଛାଡ଼ କରାଯିବ । କିନ୍ତୁ ପରୀକ୍ଷା ଦେଉନଥିବା ପରୀକ୍ଷାର୍ଥୀଙ୍କୁ ଆବେଦନ ଫି ପେରସ୍ତ କରାଯିବ ନାହିଁ । ଖାମଖିଆଲି ମନୋଭାବ ନେଇ ଆବେଦନ କରୁଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+