ମମତା ଓ ମାତୃବନ୍ଦନା ଯୋଜନା ଉପରେ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଝିଅ ଜନ୍ମ ହେଲେ ମିଳିବ ......
ରାଜ୍ୟରେ ମମତା ଓ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ ନିଷ୍ପତ୍ତି ନେଲେ ମୋହନ ସରକାର । ଚଳିତ ବର୍ଷ ଏପ୍ରିଲ ୧ରୁ ଦୁଇଟିଯାକ ଯୋଜନା କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଝିଅ ଜନ୍ମ ହେଲେ ମା'କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।
ମମତା ଓ PMMVYର ସମନ୍ୱୟ: ରାଜ୍ୟ ମନ୍ତ୍ରୀମଣ୍ଡଳୀ ନିଷ୍ପତ୍ତି ନେଇଛି ଯେ 'ମମତା' ଏବଂ 'ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା'କୁ ୧ ଏପ୍ରିଲ ୨୦୨୫ରୁ ମିଳିତ ଭାବେ 'ମମତା-PMMVY' ନାମରେ କାର୍ଯ୍ୟକାରୀ କରାଯିବ।

ଝିଅ ସନ୍ତାନ ଜନ୍ମ ପାଇଁ ଅଧିକ ସହାୟତା: ପୂର୍ବରୁ 'ମମତା' ଯୋଜନା ଅଧୀନରେ ଝିଅ ସନ୍ତାନ ଜନ୍ମ ପାଇଁ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ମିଳୁଥିଲା। ଏବେ 'ମମତା-PMMVY' ଅଧୀନରେ ଏହା ବୃଦ୍ଧି କରି ୧୨,୦୦୦ ଟଙ୍କା କରାଯାଇଛି।
ପୁଅ ସନ୍ତାନ ଜନ୍ମ ପାଇଁ ସହାୟତା: 'ମମତା-PMMVY' ଅଧୀନରେ ପୁଅ ସନ୍ତାନ ଜନ୍ମ ପାଇଁ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ।












Click it and Unblock the Notifications