ରେଳ ବିଭାଗର ବଡ ନିଷ୍ପତ୍ତି, ଗ୍ରୀଷ୍ମ ପ୍ରବାହ ପାଇଁ ଗଡିବ ସ୍ଵତନ୍ତ୍ର ଟ୍ରେନ୍

ରାଜ୍ୟ ଆଉ ଦେଶ ସବୁଠାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚନ ଖରାକୁ ତାତି ଜନ ଜୀବନ ଅସ୍ତବ୍ୟସ୍ତ କରିପକାଉଛି । ଏହାରି ଭିତରେ ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି । ଗରମରୁ ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ଗଡିବ ସ୍ଵତନ୍ତ୍ର ଟ୍ରେନ୍ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି।

railway

ସମ୍ବଲପୁର-ଏରୋଡ୍ ସାପ୍ତାହିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ମେ ପହିଲାରୁ ଜୁନ ୨୬ ପର୍ଯ୍ୟନ୍ତ ଚଳାଚଳ କରିବ। ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ ୧୧.୩୫ରେ ସମ୍ବଲପୁରରୁ ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ତାମିଲନାଡ଼ୁର ଏରୋଡରୁ ମଇ ୩ ରୁ ଜୁନ୍ ୨୮ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୨.୪୫ମି.ରେ ଛାଡ଼ି ସମ୍ବଲପୁର ଯାତ୍ରା କରିବ। ପୁରୀ-ଉଧନା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୨୫ରୁ ଜୁନ ୨୭ ପର୍ଯ୍ୟନ୍ତ ଚାଲିବ। ପୁରୀରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ସକାଳ ୬.୩୦ ଛାଡ଼ିବ। ଏପ୍ରିଲ୍ ୨୬ ରୁ ଜୁନ୍ ୨୮ ମଧ୍ୟରେ ଏହା ଉଧନା ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଅପରାହ୍ନ ୫ଟାରେ ଛାଡ଼ି ପୁରୀ ଯାତ୍ରା କରିବ। ପୁରୀ-ନୂଆଦିଲ୍ଲୀ-ପୁରୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୩୦ ରୁ ଜୁନ୍ ୨୫ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ପୂର୍ବାହ୍ନ ୮. ୪୫ମି.ରେ ଛାଡ଼ିବ। ଫେରିବା ମାର୍ଗରେ ଏହା ନୂଆଦିଲ୍ଲୀରୁ ମେ'୧ ରୁ ଜୁନ୍ ୨୬ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ରାତ୍ରି ୯.୩୦ ମିରେ ଛାଡ଼ି ପୁରୀ ଯାତ୍ରା କରିବ। ନୂଆଦିଲ୍ଲୀ-ପୁରୀ- ନୂଆଦିଲ୍ଲୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ୍ ୨୨ ରୁ ରାତ୍ରି ୧୧ରେ ନୂଆଦିଲ୍ଲୀରୁ ଛାଡ଼ିବ। ଫେରିବା ମାର୍ଗରେ ପୁରୀରୁ ଏହା ଏପ୍ରିଲ୍ ୨୪ରେ ରାତ୍ରି ୧୦.୨୦ମି.ରେ ଛାଡି ନୂଆଦିଲ୍ଲୀକୁ ଯାତ୍ରା କରିବ।

ବିଶାଖାପାଟନମ୍ - ବେଙ୍ଗାଲୁରୁ-ବିଶାଖାପାଟନମ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ୨୭ରୁ ଜୁନ୍ ୨୯ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୧.୧୫ମିରେ ବିଶାଖାପାଟନମ୍ ଠାରୁ ଛାଡ଼ିବ। ଫେରିବା ମାର୍ଗରେ ଏହି ଟ୍ରେନ ଏପ୍ରିଲ୍ ୨୮ରୁ ଜୁନ୍ ୩୦ମଧ୍ୟରେ ବେଙ୍ଗାଳୁରୁ ଠାରୁ ଛାଡି ବିଶାଖାପାଟନମ୍ ଯାତ୍ରା କରିବ। ବିଶାଖାପଟନମ୍-ଚେନ୍ନାଇ ଏଗମୋର-ବିଶାଖାପଟନମ୍ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ୨୭ ରୁ ଜୁନ୍ ୨୯ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୭ ଟାରେ ବିଶାଖାପାଟନମରୁ ଛାଡ଼ିବ। ଫେରିବା ମାର୍ଗରେ ଏହି ଟ୍ରେନ ଚେନ୍ନାଇ ଏଗମୋର ଠାରୁ ଏପ୍ରିଲ୍ ୨୮ରୁ ଜୁନ୍ ୩୦ ମଧ୍ୟରେ ପ୍ରତ୍ୟକ ରବିବାର ଦିନ ପୂର୍ବାହ୍ନ ୧୦.୩୦ମି.ରେ ଚେନ୍ନାଇ ଠାରୁ ଛାଡ଼ି ବିଶାଖାପାଟନମ୍ ଯାତ୍ରା କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+